କାଲି ବିଧାନସଭା ଆଗରେ ଆନ୍ଦୋଳନ କରିବେ ଆଇନ୍‌ଜୀବୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିରଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବେ। ଆସନ୍ତା କାଲି ବିଧାନସଭା ସମ୍ମୁଖରେ ଆଇନ୍‌ଜୀବୀମାନେ ବିଶାଳ ପ୍ରତିବାଦ ସଭା କରିବେ ବୋଲି ଜଣାପଡ଼ିଛି। ଏଥିରେ […]

bolangir

Manoranjan Sial
  • Published: Monday, 15 July 2019
  • , Updated: 15 July 2019, 04:01 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିରଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍‌ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବେ।

ଆସନ୍ତା କାଲି ବିଧାନସଭା ସମ୍ମୁଖରେ ଆଇନ୍‌ଜୀବୀମାନେ ବିଶାଳ ପ୍ରତିବାଦ ସଭା କରିବେ ବୋଲି ଜଣାପଡ଼ିଛି। ଏଥିରେ ଜିଲ୍ଲାର ସମସ୍ତ ବାର ଆସୋସିଏସନ ଓ ଶତାଧିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ଏହା ସହିତ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ବଲାଙ୍ଗିରରେ ପାଟଣାଷ୍ଟେଟ ସମୟରେ ହାଇକୋର୍ଟର ବେଞ୍ଚ ଥିଲା। ତେଣୁ ହାଇକୋର୍ଟ ବେଞ୍ଚର ପୁନଃସ୍ଥାପନ ବଲାଙ୍ଗିରରେ ହିଁ କରାଯାଉ ବୋଲି ସଂଘ ଦାବି କରୁଛି।

Related story