ଜେଲ ଭିତରୁ ବିଜେପି ନେତାଙ୍କ ଧମକ, ମୋବାଇଲ ଓ ସିମ୍‌କାର୍ଡ଼ ଜବତ

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବା ବେଳେ ଜେଲ୍‌ ଭିତରୁ ଧମକ ଆସୁଛି। ଜେଲ୍‌ରେ ଥିବା କଏଦୀ ଦେଉଛନ୍ତି ଏପରି ଧମକ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଜେଲରେ ଥିବା ଜଣେ ବିଜେପି ନେତା ଏହି ଧମକ ଦେଉଥିବା ପୋଲିସ କହିଛି। ଏହାସହ ଗତକାଲି ରାତିରେ ପୋଲିସ୍‌ ଜେଲରେ ଚଢ଼ାଉ କରି ସମ୍ପୃକ୍ତ ବିଜେପି ନେତାଙ୍କଠାରୁ ମୋବାଇଲ ଓ ସିମ୍‌କାର୍ଡ଼ ଜବତ କରିଛି। ବଙ୍ଗମୁଣ୍ଡା ଅଞ୍ଚଳର ଜିଲ୍ଲା […]

laxmidhara bag

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 06:33 PM IST

ବଲାଙ୍ଗିର: ପଞ୍ଚାୟତ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବା ବେଳେ ଜେଲ୍‌ ଭିତରୁ ଧମକ ଆସୁଛି। ଜେଲ୍‌ରେ ଥିବା କଏଦୀ ଦେଉଛନ୍ତି ଏପରି ଧମକ। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଜେଲରେ ଥିବା ଜଣେ ବିଜେପି ନେତା ଏହି ଧମକ ଦେଉଥିବା ପୋଲିସ କହିଛି। ଏହାସହ ଗତକାଲି ରାତିରେ ପୋଲିସ୍‌ ଜେଲରେ ଚଢ଼ାଉ କରି ସମ୍ପୃକ୍ତ ବିଜେପି ନେତାଙ୍କଠାରୁ ମୋବାଇଲ ଓ ସିମ୍‌କାର୍ଡ଼ ଜବତ କରିଛି।

ବଙ୍ଗମୁଣ୍ଡା ଅଞ୍ଚଳର ଜିଲ୍ଲା ପରିଷଦ ପ୍ରାର୍ଥୀ କିଶୋର କୁମାର ଜୈନଙ୍କ ପାଖକୁ ମୋବାଇଲ ନଂ. ୭୫୦୪୨୦୭୯୨୮ରୁ ବାରମ୍ୱାର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଓ ମେସେଜ ଆସୁଥିଲା। ଏ ନେଇ କିଶୋର ଥାନାରେ ଅଭିଯୋଗ କରିଥିଲେ। ବଲାଙ୍ଗିର ଏସ୍‌ପି ଘଟଣାକୁ ଗୁରୁତର ସହ ନେଇ ମାମଲାର ଆଦନ୍ତ ଆରମ୍ଭ କରି ଜେଲରୁ ଫୋନ୍‌ କଲ୍‌ ଆସୁଥିବା ଜାଣିବାକୁ ପାଇଥିଲେ। ଗତକାଲି ରାତିରେ ପୋଲିସ ଅତର୍କିତ ଭାବେ ଜେଲରେ ଚଢ଼ାଉ କରି ସେଲ ନମ୍ୱର-୨ରେ ରହୁଥିବା ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ପାଖରୁ ମୋବାଇଲ, ସିମ୍‌ କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।

୨୦୧୪ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ ଲକ୍ଷ୍ମଣ। ସେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ। ତାଙ୍କ ନାଁରେ ଖରିଆର୍, କଣ୍ଟାବାଞ୍ଜି, ତୁରେକେଲା ଓ ଟିଟିଲାଗଡ ଥାନାରେ ଗୁରୁତର ଅଭିଯୋଗ ରହିଛି। କଣ୍ଟାବାଞ୍ଜି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଥିବାରୁ ତାଙ୍କୁ ଅକ୍ଟୋବର ୧୮ ତାରିଖରେ ଏନ୍ଏସ୍ଏରେ ଗିରଫ କରିଥିଲା ବଲାଙ୍ଗିର ପୋଲିସ୍। ପରେ ରାଜ୍ୟ ସରକାରଙ୍କ ଏନ୍ଏସ୍ଏ ବୋର୍ଡ ତାଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିବାରୁ ବର୍ଷେ ପାଇଁ ବଲାଙ୍ଗିର ଜେଲକୁ ପଠାଇ ଦିଆଯାଇଥିଲା।

Related story