ରକ୍ତରଞ୍ଜିତ ବଲାଣୀ ଦେବୀଙ୍କ ପୀଠ

ବଣାଇ( ରଞ୍ଜିତ ଚୌଧୁରୀ) ; ଚଳଚଞ୍ଚଳ ହୋଇ ଉଠିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଥିବା ମା’ ବଲାଣୀ ଦେବୀ ପୀଠ। ୨ ବର୍ଷରେ ଥରେ ଆଜି ମା’ଙ୍କ ପୂଜା ପଡ଼ିଥିବାରୁ ଏଠାରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କର ଏଠାରେ ଗହଳି ଜମିଛି। ଏହି ଅବସରରେ ମାନସିକ ପୂର୍ଣ୍ଣ ପରେ ମା’ଙ୍କ ନିକଟରେ ବଳି ଚଢାଇବାକୁ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଛି ।  ଫଳରେ ରକ୍ତରଞ୍ଜିତ ହୋଇଯାଇଛି ସମ୍ପୂର୍ଣ୍ଣ ପୀଠ।  […]

bonai-2..1

Niharika Rout
  • Published: Sunday, 08 September 2019
  • , Updated: 08 September 2019, 02:38 PM IST

ବଣାଇ( ରଞ୍ଜିତ ଚୌଧୁରୀ) ; ଚଳଚଞ୍ଚଳ ହୋଇ ଉଠିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଥିବା ମା’ ବଲାଣୀ ଦେବୀ ପୀଠ। ୨ ବର୍ଷରେ ଥରେ ଆଜି ମା’ଙ୍କ ପୂଜା ପଡ଼ିଥିବାରୁ ଏଠାରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କର ଏଠାରେ ଗହଳି ଜମିଛି।

ଏହି ଅବସରରେ ମାନସିକ ପୂର୍ଣ୍ଣ ପରେ ମା’ଙ୍କ ନିକଟରେ ବଳି ଚଢାଇବାକୁ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଛି ।  ଫଳରେ ରକ୍ତରଞ୍ଜିତ ହୋଇଯାଇଛି ସମ୍ପୂର୍ଣ୍ଣ ପୀଠ।  କିଏ କୁକୁଡ଼ା ତ କିଏ  ବୋଦା ବଳି ଦେବାକୁ ଟିକେଟ କାଟି ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି। ଏପରି ଭିଡ଼ ପ୍ରତି ୨ ବର୍ଷରେ ଥରେ ମା’ଙ୍କ ପୂଜା ଅବସରରେ ଦେଖିବାକୁ ମିଳିଥାଏ।

ହେଲେ ଏହାକୁ ରୋକିବାକୁ ପ୍ରଶାସନ କିମ୍ବା ପୁଲିସ୍‌ ତରଫରୁ ତତ୍ପରତା ପ୍ରକାଶ ପାଇନାହିଁ। ପରମ୍ପରା ଅନୁସାରେ ଏହି ବଳି ପ୍ରଥା କାହିଁ କେଉଁ କାଳରୁ ଚାଲିଆସୁଛି ଓ ମାନସିକ ପୂର୍ଣ୍ଣ ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା କହିଛନ୍ତି ପୂଜା କମିଟି ପକ୍ଷରୁ କୁହାଯାଇଛି।

Related story