ପରୀକ୍ଷଣ ହେଲା ଅଗ୍ନି-୩ ମିସାଇଲ୍‌

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୩ର ପରୀକ୍ଷଣ ହୋଇଛି। ଆଜି ସକାଳ ୯ଟା ୧୨ ମିନିଟ୍‌ରେ ଧାମରାର ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷଣ କରାଯାଇଥିଲା। ଅଗ୍ନି-୩ କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨୦୦ କିଲୋଗ୍ରାମ। ଏଥିରେ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇପାରିବ। ସେକେଣ୍ଡ ପ୍ରତି ୫ରୁ ୬ କିଲୋମିଟର ବେଗରେ ଗତି କରିପାରୁଥିବା ଏହି […]

missile

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 09:49 AM IST

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୩ର ପରୀକ୍ଷଣ ହୋଇଛି। ଆଜି ସକାଳ ୯ଟା ୧୨ ମିନିଟ୍‌ରେ ଧାମରାର ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହାର ପରୀକ୍ଷଣ କରାଯାଇଥିଲା।

ଅଗ୍ନି-୩ କ୍ଷେପଣାସ୍ତ୍ରର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୨୨୦୦ କିଲୋଗ୍ରାମ। ଏଥିରେ ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇପାରିବ।

ସେକେଣ୍ଡ ପ୍ରତି ୫ରୁ ୬ କିଲୋମିଟର ବେଗରେ ଗତି କରିପାରୁଥିବା ଏହି ମିସାଇଲ୍‌ରେ କଠିନ ଇନ୍ଧନ ଓ ୨ଟି ଷ୍ଟେଜ୍‌ର ଇଞ୍ଜିନ୍ ବ୍ୟବହାର କରାଯାଇଛି। ଅଗ୍ନି-୩ ମିସାଇଲ୍ ୩୦୦୦ରୁ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

Related story