ଭଲ ହେବାକୁ ଆସି ଆଖି ବୁଜିଲା ଶିଶୁ: ବାଲେଶ୍ୱରରେ ଉତ୍ତେଜନା

ବାଲେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ସ୍ଥିତ ଏକ କ୍ଲିନିକ୍‌ରେ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ଲିନିକ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତର ବିଜୟ କୁମାର କର ଓ ଜଣେ ମହିଳା କର୍ମଚାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଆଜି ସକାଳେ ଗଙ୍ଗାଧର ମହାଳିକଙ୍କ ପୁତ୍ର ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ କ୍ଲିନିକକୁ ଆଣିଥିଲେ। ମାତ୍ର ଡାକ୍ତର ନିଜେ […]

balasore

Rakesh Mallick
  • Published: Sunday, 30 April 2017
  • , Updated: 30 April 2017, 06:56 PM IST

ବାଲେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ସ୍ଥିତ ଏକ କ୍ଲିନିକ୍‌ରେ ୯ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କ୍ଲିନିକ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡାକ୍ତର ବିଜୟ କୁମାର କର ଓ ଜଣେ ମହିଳା କର୍ମଚାରୀଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

ଆଜି ସକାଳେ ଗଙ୍ଗାଧର ମହାଳିକଙ୍କ ପୁତ୍ର ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ କ୍ଲିନିକକୁ ଆଣିଥିଲେ। ମାତ୍ର ଡାକ୍ତର ନିଜେ ଶିଶୁକୁ ଚିକିତ୍ସା ନକରି ଜଣେ ସୁଇପର ମାଧ୍ୟମରେ ଇବୋଲାଇଜର ଦେଇଥିଲେ। ଫଳରେ ଶିଶୁଟି ନିସ୍ତେଜ ହୋଇଯିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଦେଖିବାକୁ ଅନୁରୋଧ କରିଥିଲେ। ହେଲେ ଡାକ୍ତର ଶିଶୁକୁ ନ ଦେଖି ବେସରକାରୀ ମେଡିକାଲକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ସେତେବେଳକୁ ଶିଶୁର ମୃତ୍ୟୁ ହୋଇସାରିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

https://www.youtube.com/watch?v=wYDA-wHWgS8

Related story