ସୋର(ଓଡ଼ିଶା ରିପୋର୍ଟର): ସୋର ୟୁକୋ ବ୍ୟାଙ୍କର ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ପଠାଇଲା ପ୍ରଶାସନ। ୟୁକୋ ବ୍ୟାଙ୍କ ଓ ବଜାରରେ ଥିବା ଏକ ଲଜ୍କୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ବାଲେଶ୍ୱର ଜିଲ୍ଲା ସୋରର ନେଳିଆବାଗ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବ୍ୟାଙ୍କ କର୍ମଚାରୀ ଆସିଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କ କର୍ମଚାରୀ ଜଣକ ଉକ୍ତ ଆକ୍ରାନ୍ତଙ୍କ ଘରେ ଭଡ଼ାରେ ରହୁଥିଲେ। ସୂଚନା ଅନୁଯାୟୀ ନେଳିଆବାଗର ସମ୍ପୃକ୍ତ କରୋନା ଆକ୍ରାନ୍ତ ପଜିଟିଭ ବୋଲି ଜଣାପଡ଼ିଥିଲା।
ଏହା ଜଣାପଡ଼ିବା ପରେ ବ୍ୟାଙ୍କ କର୍ମଚାରୀ ଜଣକ ଆସି ପାଖ ଲଜ୍ରେ ରହୁଥିଲେ। ତେଣୁ କାଳେ ସଂକ୍ରମଣ ହେବାର ଭୟ ରହିଛି ତେଣୁ ବ୍ୟାଙ୍କର ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ ପଠାଯାଇଛି। ଏଥିସହ ଲଜ୍କୁ ସିଜ୍ କରିଛନ୍ତି ପ୍ରଶାସନ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।