ଶେଷରେ ମହିଳା ବିଚାରପତିଙ୍କୁ ମିଳିଲା ନ୍ୟାୟ: ପ୍ରେମ ଓ ପ୍ରତିଶୋଧ କାହାଣୀରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ କାର୍ଯ୍ୟରତ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍ ଅନୁପମା ବେହେରା ହତ୍ୟା ମାମଲାରେ ଦୁଇ ଭାଇଙ୍କୁ ଆଜୀବନ ସଜ୍ଜା। ହତ୍ୟାକାଣ୍ଡର ୫ ବର୍ଷ ପରେ କଟକ ପ୍ରଥମ ଏଡିଜେ କୋର୍ଟ ଆଜି ତତ୍କାଳୀନ ରଣପୁର କୋର୍ଟର ପେସ୍କାର ଜ୍ୟୋତିରଞ୍ଜନ ମହାନ୍ତି ଓ ତାଙ୍କ ଭାଇ ପ୍ରିୟରଞ୍ଜନଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣାର କେହି ପ୍ରତ୍ୟେକ୍ଷଦର୍ଶୀ ନଥିଲେ ମଧ୍ୟ ପାରିପାର୍ଶ୍ୱିକ ପ୍ରମାଣ ଓ ଅଭିଯୁକ୍ତର ଟିପ ଚିହ୍ନ, ୨୭ ଜଣ ସାକ୍ଷୀଙ୍କ  ବୟାନକୁ […]

balasore murder systri

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ କାର୍ଯ୍ୟରତ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍ ଅନୁପମା ବେହେରା ହତ୍ୟା ମାମଲାରେ ଦୁଇ ଭାଇଙ୍କୁ ଆଜୀବନ ସଜ୍ଜା। ହତ୍ୟାକାଣ୍ଡର ୫ ବର୍ଷ ପରେ କଟକ ପ୍ରଥମ ଏଡିଜେ କୋର୍ଟ ଆଜି ତତ୍କାଳୀନ ରଣପୁର କୋର୍ଟର ପେସ୍କାର ଜ୍ୟୋତିରଞ୍ଜନ ମହାନ୍ତି ଓ ତାଙ୍କ ଭାଇ ପ୍ରିୟରଞ୍ଜନଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣାର କେହି ପ୍ରତ୍ୟେକ୍ଷଦର୍ଶୀ ନଥିଲେ ମଧ୍ୟ ପାରିପାର୍ଶ୍ୱିକ ପ୍ରମାଣ ଓ ଅଭିଯୁକ୍ତର ଟିପ ଚିହ୍ନ, ୨୭ ଜଣ ସାକ୍ଷୀଙ୍କ  ବୟାନକୁ ଭିତ୍ତି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି।

କୋର୍ଟରେ ପୋଲିସ୍ ଉପସ୍ଥାପନ କରିଥିବା ତଥ୍ୟ  ଅନୁଯାୟୀ, ଅନୁପମା ବେହେରା ନୟାଗଡ଼ ଜିଲ୍ଲା ରଣପୁର କୋର୍ଟରେ ମାଜିଷ୍ଟ୍ରେଟ୍ ଥିଲେ। ସେହି ସମୟରେ ସେଠାରେ କାର୍ଯ୍ୟରତ ପେସ୍କାର ଜ୍ୟୋତିରଞ୍ଜନଙ୍କ ସହିତ ତାଙ୍କ ସଂପର୍କ ଗଢ଼ି ଉଠିଥିଲା। ଉଭୟ ବିବାହିତ ଜାଣି ମଧ୍ୟ ପରସ୍ପରକୁ ଭଲ ପାଉଥିଲେ। ଏପରିକି ଅନୁପମାଙ୍କର ବିଭିନ୍ନ ସ୍ଥାନକୁ ବଦଳି ସତ୍ତ୍ୱେ ଉଭୟେ ପରସ୍ପରକୁ ଭେଟୁଥିଲେ। କେବେ ହେଲେ ସଂପର୍କରେ ପଡ଼ିନଥିଲା ଭଟ୍ଟା। ଏପଟେ ଏହାକୁ ନେଇ ଜ୍ୟୋତିରଞ୍ଜନଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଅଶାନ୍ତି ଚରମସୀମାରେ ପହଞ୍ଚିବାରୁ ଅନୁପମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ଏଥିରେ ସାନଭାଇ ପ୍ରିୟରଞ୍ଜନଙ୍କୁ ସାମିଲ କରାଇଥିଲେ ଜ୍ୟୋତିରଞ୍ଜନ। ୨୦୧୩ ମାର୍ଚ୍ଚ ୧୫ ତାରିଖରେ ପ୍ରିୟରଞ୍ଜନ କପଟ କରି ଅନୁପମାଙ୍କ ବାଲେଶ୍ୱର ସ୍ଥିତ ସରକାରୀ ବାସଭବନକୁ ଯାଇ ରାତିରେ ତାଙ୍କୁ ଜଘନ୍ୟଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ। ହେଲେ ଏହାର ଦୁଇ ଦିନ ପରେ ବାଲେଶ୍ୱର ପୋଲିସ ହାତରେ ଧରା ପଡ଼ିଯାଇଥିଲେ ଦୁଇ ଭାଇ। ପ୍ରଥମେ ମାମଲା ବାଲେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ଥିଲା ବେଳେ ପରବର୍ତ୍ତୀ ସମୟରେ ମାମଲାକୁ କଟକ ଏଡିଜେ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାର ୫ ବର୍ଷ ପରେ ଅନୁପମାଙ୍କୁ ନ୍ୟାୟ ମିଳିଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ଭାଇ।

Related story