ଟ୍ରକ୍-କାର ମୁହାଁମୁହିଁ ଧକ୍କା, ୩ ଗୁରୁତର

ba;asore

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 02:07 PM IST

[vc_row][vc_column][vc_column_text]ବାଲେଶ୍ୱର: ବାଲେଶ୍ୱର  ସଦର ଥାନା ନିକଟସ୍ଥ ୫ନଂ ଜାତୀୟ ରାଜପଥରେ ଏକ ଟ୍ରକ୍ ଓ କାର ମଧ୍ୟରେ ଧକ୍କା ହେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତରମାନେ ହେଲେ ମାଆ ଉଦ୍ୟାଳୀ ଲେଙ୍କା ଓ ତାଙ୍କର ୭ବର୍ଷର ଝିଅ ଲିତିଶ୍ରୀ।  ନୂଆ କାରକୁ ପୂଜା କରିବା ପାଇଁ ହିମାଂଶୁ ଲେଙ୍କା, ସ୍ତ୍ରୀ ଉଦ୍ୟାଳୀ ଓ ଝିଅ ଦାଣ୍ଡକାଳୀ ମନ୍ଦିରକୁ ଯାଉଥିଲେ। ସର୍ଭିସରୋଡରୁ ମୁଖ୍ୟ ରାସ୍ତାକୁ ଉଠୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ଉଦ୍ୟାଳୀଙ୍କର ବାମହାତ କଟି ଯାଇଥିବା ବେଳେ ଝିଅ ଲିତିଶ୍ରୀ ଗୁରୁତର ଆହତ ହୋଇଛି।  ହିମାଂଶୁ ସାମାନ୍ୟ ଆହତ ହୋଇଛନ୍ତି ।

 

 

 

 

[/vc_column_text][/vc_column][/vc_row]

Related story