ବାଲେଶ୍ୱର: ସ୍ତ୍ରୀକୁ ଚେଙ୍କ ଦେଇ ସ୍ୱାମୀ ଅଟକ

ନୀଳଗିରି: ପାରିବାରିକ କଳହରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମୁକୁନ୍ଦପୁର ଆଦିବାସୀ ସାହିରେ ପାନ ମାଝିଙ୍କ ଦେହରେ ତାଙ୍କ ସ୍ୱାମୀ ଦୁଖିଆ ମାଝି ଦା’ ଚେଙ୍କ ଦେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତକାଲି ଥାନାରେ ଅଭିଯୋଗ ହେବା ପରେ ଆଜି ପୋଲିସ୍‌ ମାମଲା ରୁଜୁ କରି ଦୁଖିଆକୁ ଅଟକ ରଖି ପଚରା ଉଚରା କରୁଛି। ଗତ ୫ ତାରିଖରେ ଦୁଖିଆ ଓ ପାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ଦିନଠାରୁ ଦୁଖିଆ ଦା’ରେ ପାନଙ୍କୁ ଚେଙ୍କ […]

tortured

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 06:07 PM IST

ନୀଳଗିରି: ପାରିବାରିକ କଳହରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମୁକୁନ୍ଦପୁର ଆଦିବାସୀ ସାହିରେ ପାନ ମାଝିଙ୍କ ଦେହରେ ତାଙ୍କ ସ୍ୱାମୀ ଦୁଖିଆ ମାଝି ଦା’ ଚେଙ୍କ ଦେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତକାଲି ଥାନାରେ ଅଭିଯୋଗ ହେବା ପରେ ଆଜି ପୋଲିସ୍‌ ମାମଲା ରୁଜୁ କରି ଦୁଖିଆକୁ ଅଟକ ରଖି ପଚରା ଉଚରା କରୁଛି।

ଗତ ୫ ତାରିଖରେ ଦୁଖିଆ ଓ ପାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ଦିନଠାରୁ ଦୁଖିଆ ଦା’ରେ ପାନଙ୍କୁ ଚେଙ୍କ ଦେଉଥିଲା। ତେବେ ନିର୍ଯାତନା ଅସହ୍ୟ ହେବାରୁ ପଡୋଶୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଚେଙ୍କ ଯୋଗୁଁ ପାନଙ୍କ ଦେହସାରା ଘା’ ହୋଇଛି।

Related story