Advertisment

ରାଇବଣିଆ ଦୁର୍ଗ କିଏ ଓ କାହିଁକି ତିଆରି କରିଥିଲେ?

ବାଲେଶ୍ୱର ସଦର ମୋହକୁମାଠାରୁ ୭୫ କିମି ଗଲେ ପଡ଼ିବ ଐତିହାସିକ ରାଇବଣିଆ ଦୁର୍ଗ। ବାହ୍ୟ ଶତ୍ରୁଙ୍କ କବଳରୁ ରକ୍ଷା ପାଇବା ପାଇଁ ତିଆରି ହୋଇଥିବା ଏହି ଦୁର୍ଗ ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ବସିଲାଣି।

author-image
Manoranjan Sial
ଅଦ୍ୟତନ ହୋଇଛି
Raibania fort

Raibania fort

ଐତିହ୍ୟ ବହନ କରୁଥିବା ରାଇବଣିଆ ଦୁର୍ଗ କିଏ ଓ କାହିଁକି ତିଆରି କରିଥିଲେ? କେଉଁ ଶତାବ୍ଦୀରେ ତିଆରି ହୋଇଥିଲା? ଏହା ଉପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିରନ୍ତର ଗବେଷଣା ହେବ। ସେଥିପାଇଁ ଆଜି ବିଶ୍ୱବିଦ୍ୟାଳୟ କୁଳପତି, ପ୍ରତ୍ନତାତ୍ତ୍ୱିକ ଓ ଇତିହାସ ବିଭାଗର ୧୦ ଗବେଷକ ରାଇବଣିଆ ଦୁର୍ଗ ପରି ଦର୍ଶନ କରିଛନ୍ତି।

Advertisment

ବାଲେଶ୍ୱର ସଦର ମୋହକୁମାଠାରୁ ୭୫ କିମି ଗଲେ ପଡ଼ିବ ଐତିହାସିକ ରାଇବଣିଆ ଦୁର୍ଗ। ବାହ୍ୟ ଶତ୍ରୁଙ୍କ କବଳରୁ ରକ୍ଷା ପାଇବା ପାଇଁ ତିଆରି ହୋଇଥିବା ଏହି ଦୁର୍ଗ ଏବେ ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପରେ ପରିଣତ ହେବାକୁ ବସିଲାଣି। କିମ୍ବଦାନ୍ତି କହୁଛି, ଏହି ଦୁର୍ଗ ଥିଲା ମହାଭାରତ ଯୁଗର ବିରାଟ ରାଜାଙ୍କ ଗଡ଼। ଏହାର ଆୟତନ କଟକର ବାରବାଟୀ ଦୁର୍ଗଠାରୁ ବହୁ ବଡ଼। ଅଜ୍ଞାତ ବାସ ସମୟରେ ପଞ୍ଚୁ ପାଣ୍ଡବଙ୍କ ଶହ ଦ୍ରୌପଦୀ ଏହି ବିରାଟ ଗଡ଼ରେ ଲୁଚି ଥିଲେ। ଆଉ କିଛି ଗବେଷକ କହୁଛନ୍ତି ଏହି ଦୁର୍ଗକୁ ଲାଙ୍ଗୁଳା ନରସିଂହ ଦେବ ତିଆରି କରିଥିଲେ। ହେଲେ ଏହାର କୌଣସି ଲିଖିତ ଇତିହାସ ନଥିବାରୁ ନାନା ସନ୍ଦେହ ସୃଷ୍ଟି ହେଉଛି।

ତେବେ ପ୍ରକୃତରେ ଏହି ଗଡ଼ ପଛରେ କଣ ରହିଛି ଇତିହାସ? କେବେ ତିଆରି ହୋଇଥିଲା ରାଇବଣିଆ ଦୁର୍ଗ? କାହିଁକି ତିଆରି ହୋଇଥିଲା? ଏହା ଉପରେ ନିରନ୍ତର ଗବେଷଣା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେବ ଗବେଷଣା। ସେଥିପାଇଁ ସମାଜସେବୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ୧୦ ଗବେଷକ ରାଇବଣିଆ ଦୁର୍ଗ ପରି ଦର୍ଶନ କରିଥିଲେ।

Advertisment

ଫକୀର ମୋହନ ବିଶ୍ୱ ବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, ରାଇବଣିଆ ଦୁର୍ଗ ସମଗ୍ର ଭାରତ ବର୍ଷରେ ବିରଳ। ତେଣୁ ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ୱ ବିଭାଗ ଦୁର୍ଗ ଅଞ୍ଚଳରେ ଖୋଳାଖୋଳି କରିବାକୁ ଇଚ୍ଛା ପ୍ରକାଶ କରିଛି। ଏହି ଦୁର୍ଗ କେବେ ତିଆରି ହୋଇଥିଲା? କିଏ କରିଥିଲେ? ଏହାର ବିସ୍ତୃତ ତଥ୍ୟ ବାହର କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ପ୍ରତ୍ନତାତ୍ତ୍ୱିକ ବିଭାଗର ମୁଖ୍ୟ ସୁନୀଲ କୁମାର ପଟ୍ଟନାୟକ କହିଛନ୍ତି, ରାଇବଣିଆ ଦୁର୍ଗ ହେଉଛି ବହୁ ବଡ଼। ଏହାର ଡକ୍ୟୁମେଣ୍ଟସନ୍ କରାଯିବ। ଡକ୍ୟୁମେଣ୍ଟେସନ୍ ହେଲେ ଦୁର୍ଗରେ କେଉଁଠି କଣ ଅଛି ଜଣାପଡ଼ିବ। ତେବେ ଯାହା ଜଣାପଡ଼ୁଛି ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ଏହା ବହୁତ ବଡ଼ ଦୁର୍ଗ ଥିଲା। ତା’ପୂର୍ବରୁ ମଧ୍ୟ ଏହି ଦୁର୍ଗ ରହିଥିବା ପ୍ରମାଣ ମିଳୁଛି। ତାହାର ଡକ୍ୟୁମେଣ୍ଟେସନ୍‌ କଲା ପରେ ସବୁକିଛି ଜଣାପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାରୁ ପ୍ରକାଶ, ରାଇବଣିଆ ଦୁର୍ଗର ବିକାଶ କରିବା ପାଇଁ ଅନବରତ ଉଦ୍ୟମ କରି ଆସୁଥିଲେ ସାହିତ୍ୟିକ ଡ଼ ଶ୍ରୀକାନ୍ତ ଚରଣ ପାତ୍ର। ଦୁର୍ଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିଆସୁଛନ୍ତି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Raibania Fort