ବାଲେଶ୍ୱରରେ ବନ୍ୟା ପରିସ୍ଥିତି ଗମ୍ଭୀର: ବନ୍ୟା ଜଳରେ ଭାସିଯାଇଥିବା ୨ଜଣଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଛି।  ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବନ୍ୟାପାଣିରେ ଭାସି ଯାଇଥିବା ଦୁଇ ଜଣଙ୍କର ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଛି। ଚୌଧୁରୀକୁଦ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏ ଦୁଇ ଜଣ ଭାସି ଯାଇଥିଲେ। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଲେବି ଜଳପତ୍ତନ ଏବେ ସ୍ଥିର ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଭୋଗରାଇ ବ୍ଲକ ଦହମୁଣ୍ଡା-ଉଲୁଡା […]

death

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 05:09 AM IST

ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଛି।  ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବନ୍ୟାପାଣିରେ ଭାସି ଯାଇଥିବା ଦୁଇ ଜଣଙ୍କର ମୃତଦେହକୁ ଗୁରୁବାର ଉଦ୍ଧାର କରାଯାଇଛି। ଚୌଧୁରୀକୁଦ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଏ ଦୁଇ ଜଣ ଭାସି ଯାଇଥିଲେ। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଲେବି ଜଳପତ୍ତନ ଏବେ ସ୍ଥିର ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ଭୋଗରାଇ ବ୍ଲକ ଦହମୁଣ୍ଡା-ଉଲୁଡା ରାସ୍ତାରେ ଏକ ୩୫ଫୁଟର ଘାଇ ହେବା ଯୋଗୁଁ ଏହା ଦହମୁଣ୍ଡା ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବାଲିଆପାଳ ବ୍ଲକ୍ କାଳରୁହି-ଲକରୋଡ, ବିଷ୍ଣୁପୁର-ତହସିଲ ରୋଡ, କୁଦମାନସିଂ-ବାଲିଆପାଳ ଆଦିରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଦ୍ୱ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି।

Related story