ବାଲେଶ୍ୱର: ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ବାଲେଶ୍ୱର ଅରଡ଼ ବଜାରରୁ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ବାଲେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ବ୍ରାଉନ ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଏଥିରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ତା ନାଁ ସେକ୍ ଆକବର। ତା’ଠାରୁ ୯ ହଜାର ଟଙ୍କା ସହିତ ୭ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ତେବେ ଆକବରର କିଛି […]

balasore

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 06:43 AM IST

ବାଲେଶ୍ୱର: ବାଲେଶ୍ୱର ଅରଡ଼ ବଜାରରୁ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ବାଲେଶ୍ୱର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଏହି ବ୍ରାଉନ ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଏଥିରେ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ତା ନାଁ ସେକ୍ ଆକବର। ତା’ଠାରୁ ୯ ହଜାର ଟଙ୍କା ସହିତ ୭ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ତେବେ ଆକବରର କିଛି ସହଯୋଗୀ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଅରଡ଼ା ବଜାରରେ ଆକବର ନିଶା କାରବାର ଚଳାଇ ଆସୁଥିଲା।

Related story