ବାଲେଶ୍ୱର ସୁଧାରଗୃହ ଯୌନ ନିର୍ଯାତନା ମାମଲା: ୨ଜଣଙ୍କୁ ଗିରଫ କଲା ପୋଲିସ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଥିବା ସୁଧାର ଗୃହରେ ହୋଇଥିବା ଯୌନ ନିର୍ଯାତନା ମାମଲାରେ ମଙ୍ଗଳବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଇତିଶ୍ରୀ ମହାପାତ୍ର ଏବଂ ସାନ୍ତ୍ୱନା ସୁଧାର ଗୃହ ନିର୍ଦ୍ଦେଶିକା ସୁକାନ୍ତୀ ପରିଡା । ଏ ନେଇ ଅଧିକ ତଦନ୍ତ ଚାଲିଥିବା ସହଦେବଖୁଣ୍ଟା ଥାନା ପୋଲିସ ସୂଚନା ଦେଇଛି ।