ଟେଣ୍ଟ୍ ଫିଟାଇ ନେଲେଣି, ପ୍ରଶାସନ ସହ ଆଲୋଚନା କରିବାକୁ ବ୍ୟବସାୟୀ ନାରାଜ

କଟକ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ତେଜିବାରେ ଲାଗିଛି କଟକ ବାଲିଯାତ୍ରା ବିବାଦ। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଂଘ। କୌଣସି ମତେ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ସଂଘ କହିଛି। ବିଧାୟକ ଯଦି ଚାହିଁବେ, ତା’ହେଲେ ଆଲୋଚନା କରିବୁ ବୋଲି ସଂଘ କହିଛି। ଅନ୍ୟପକ୍ଷରେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଆଜି ଟେଣ୍ଟ ହାଉସ ସଂଘ ପକ୍ଷରୁ ବାଲିଯାତ୍ରା ପଡିଆରେ ଷ୍ଟଲ […]

bali

bali

Jitendra Garnayak
  • Published: Saturday, 17 November 2018
  • Updated: 17 November 2018, 02:23 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ତେଜିବାରେ ଲାଗିଛି କଟକ ବାଲିଯାତ୍ରା ବିବାଦ। ପ୍ରଶାସନ ସହ ଆଲୋଚନା ବିଫଳ ହେବା ପରେ ଏବେ ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି ବ୍ୟବସାୟୀ ସଂଘ। କୌଣସି ମତେ ଆଉ ପ୍ରଶାସନ ସହ ଆଲୋଚନା କରାଯିବ ନାହିଁ ବୋଲି ସଂଘ କହିଛି। ବିଧାୟକ ଯଦି ଚାହିଁବେ, ତା’ହେଲେ ଆଲୋଚନା କରିବୁ ବୋଲି ସଂଘ କହିଛି।

ଅନ୍ୟପକ୍ଷରେ ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଆଜି ଟେଣ୍ଟ ହାଉସ ସଂଘ ପକ୍ଷରୁ ବାଲିଯାତ୍ରା ପଡିଆରେ ଷ୍ଟଲ ପାଇଁ ଲାଗିଥିବା ଟେଣ୍ଟକୁ ଖୋଲାଯାଉଛି। ହାତରେ ଆଉ ମାତ୍ର ୫ଦିନ ଥିବାରୁ ଏତେ କମ୍ ସମୟରେ ଟେଣ୍ଟ ହାଉସ ବାନ୍ଧିବା ସମ୍ଭବପର ନୁହେଁ ବୋଲି ସଂଘ କହିଛି।

ପ୍ଲଟ୍‌ ବଣ୍ଟନକୁ ନେଇ ପ୍ରଥମେ ପ୍ରଶାସନ ଏବଂ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ହୋଇଥିଲା। ତେବେ ଦୀର୍ଘ ଦିନର ଆଲୋଚନା ପରେ ଏହା ସମାଧାନ ହୋଇଥିବାବେଳେ, ଦୋଳିକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଥିଲା।

ପ୍ରଶାସନ ଟେଣ୍ଡର ମାଧ୍ୟମରେ ଦୋଳିଖେଳ ପକାଇବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ଦୋଳି ବ୍ୟବସାୟୀ ବିରୋଧ କରିଥିଲେ। ଉଭୟ ପ୍ରଶାସନ ଓ ବ୍ୟବସାୟୀ ସଂଘ ନିଜନିଜ ଜିଦ୍‌ରେ ଅଟଳ ଥିବାରୁ ଦିନକୁ ଦିନ ବିବାଦ ତେଜିବାରେ ଲାଗିଛି।

ପ୍ରତିଦିନ ପ୍ରଶାସନ ନୂଆନୂଆ ନିୟମ କରୁଥିବାରୁ ଚିଳିତ ବର୍ଷ ବାଲିଯାତ୍ରାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଳିବା ସମ୍ଭବପର ନୁହେଁ ବୋଲି ବ୍ୟବସାୟୀ ସଂଘ କହିଛି। ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos