କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା। ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରିବେ ସରକାର। ଏହାସହ ବାଲିଯାତ୍ରା ଆୟୋଜନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ, ସଂସ୍କୃତି ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲିଯାତ୍ରା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରାଯିବ। ପୂର୍ବରୁ କଟକ ବାଲିଯାତ୍ରା ଏକ […]

cuttack-balijatra-got

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 06:47 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟସ୍ତରୀୟ ମାନ୍ୟତା। ଏନେଇ ନିର୍ଦ୍ଦେଶନାମା ପ୍ରକାଶ କରିବେ ସରକାର। ଏହାସହ ବାଲିଯାତ୍ରା ଆୟୋଜନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ଲୋକସେବା ଭବନରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପର୍ଯ୍ୟଟନ, ସଂସ୍କୃତି ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବାଲିଯାତ୍ରା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରାଯିବ। ପୂର୍ବରୁ କଟକ ବାଲିଯାତ୍ରା ଏକ ଜିଲ୍ଲା ସ୍ତରୀୟ ମହୋତ୍ସବ ଭାବେ ଆୟୋଜିତ ହେଉଥିଲା। ଚଳିତବର୍ଷଠାରୁ ଏହା ରାଜସ୍ତରୀୟ ମହୋତ୍ସବ ଭାବେ ଆୟୋଜିତ ହେବ।

ଅନ୍ୟପଟେ ରାଜ୍ୟ ସରକାର ଏଭଳି ତରବରିଆ ଘୋଷଣାକୁ ଲୋକ ଦେଖାଣିଆ ବୋଲି କହିଛନ୍ତି ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ। କେବଳ ମାନ୍ୟତା ନୁହେଁ ବାଲିଯାତ୍ରା ପାଇଁ ସରକାର କେତେ ବଜେଟ କରିଛନ୍ତି, ତାହା ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାସହ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବାକୁ ସେ ପରାମର୍ଶ ଦେଇଛନ୍ତି।

Related story