ବିଡ଼ିଓଙ୍କ ସଫେଇ, ନିଜ ପିଲା ଭାବି କହି ଦେଇଛି

ଜଳେଶ୍ୱର (ଅଜିତ ଦାସ):  ଦୀର୍ଘ ସମୟ ଖରାରେ ଛିଡ଼ା ହୋଇ ଶୋଷ ହେବାରୁ ପାଣି ମାଗି ଗତକାଲି ବେଶ୍‌ ଅପମାନିତ ହୋଇଥିଲେ ଗୁଜୁରାଟ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ। “ଦରକାର ପଡ଼ିଲେ ୫ ଘଣ୍ଟା ଛିଡ଼ା ହେବୁ, ତୁ କଣ, ତୋ ଚଉଦ ପୁରୁଷ ଛିଡ଼ା ହେବ।” କହି ବେଶ୍‌ ଚଢ଼ା ଗଳାରେ ଏହି ଶ୍ରମିକଙ୍କ ଉପରେ ଗର୍ଜନ କରିଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ଛବିରାଣୀ ସାହୁ କିନ୍ତୁ ଆଜି ନିଜ ସ୍ୱର ବଦଳାଇ […]

bdo

Niharika Rout
  • Published: Thursday, 14 May 2020
  • , Updated: 14 May 2020, 01:29 PM IST

ଜଳେଶ୍ୱର (ଅଜିତ ଦାସ):  ଦୀର୍ଘ ସମୟ ଖରାରେ ଛିଡ଼ା ହୋଇ ଶୋଷ ହେବାରୁ ପାଣି ମାଗି ଗତକାଲି ବେଶ୍‌ ଅପମାନିତ ହୋଇଥିଲେ ଗୁଜୁରାଟ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ। “ଦରକାର ପଡ଼ିଲେ ୫ ଘଣ୍ଟା ଛିଡ଼ା ହେବୁ, ତୁ କଣ, ତୋ ଚଉଦ ପୁରୁଷ ଛିଡ଼ା ହେବ।” କହି ବେଶ୍‌ ଚଢ଼ା ଗଳାରେ ଏହି ଶ୍ରମିକଙ୍କ ଉପରେ ଗର୍ଜନ କରିଥିବା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବିଡିଓ ଛବିରାଣୀ ସାହୁ କିନ୍ତୁ ଆଜି ନିଜ ସ୍ୱର ବଦଳାଇ ଦେଇଛନ୍ତି। ନିଜ ପିଲା ଭାବି କିଛି କହି ଦେଇଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ କାହା ମନରେ ଆଘାତ ଦେବାକୁ ଚେଷ୍ଟା କରି ନ ଥିବା ବିଡିଓ ନିଜ ସଫେଇରେ କହିଛନ୍ତି।

ବିଡିଓ ଛବିରାଣୀ ସାହୁ ଗଣମାଧ୍ୟମକୁ ଆଜି ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଅପରାହ୍ନ ୨ଟାରେ କିଛି ପ୍ରବାସୀ ଶ୍ରମିକ ଆସି ପହଞ୍ଚିଥିଲେ। ବ୍ଲକ ପରିସରରେ ସେମାନେ ବସିବାର ବ୍ୟବସ୍ଥା କରାଯାଇଥିଲେ ବି ସେମାନେ ଆସି ନ ଥିଲେ।  ଓଲଟା ଯୁକ୍ତି କରିଥିଲେ। “ତୁମେ କିଏ, ଆମକୁ କାହିଁକି କହିବ” ବୋଲି ପ୍ରଶ୍ନ ପଚାରିଥିଲେ। ଏହାପରେ ରାଗିଯାଇ ପାଟି କରି ଦେଇଥିଲି ଯାହାର କି ସେମାନେ ଭିଡିଓ କରି ଦେଇଥିଲେ।”

ନିଜ ସଫେଇରେ ବିଡିଓ କହିଛନ୍ତି, “ଦୀର୍ଘ ସମୟ ବୁଝାଇବା ସତ୍ତ୍ୱେ ସହଯୋଗ ନ କରିବାରୁ ମୋ ନିଜ ବ୍ଲକ ପିଲା ଭାବି ସେମାନଙ୍କୁ ପାଟି କରି ଦେଇଥିଲି। ବ୍ଲକ କାର୍ଯ୍ୟାଳୟ ପରିସରକୁ ଆସିବାକୁ ରାଜି ହୋଇ ନ ଥିଲେ। ନିଜ ଗାଁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବାକୁ ଜିଦ୍‌ ଧରିଲେ। ଏଥିଯୋଗୁ ସାମାନ୍ୟ ଉତ୍ତ୍ୟକ୍ତ ହୋଇ ପଡ଼ିବାରୁ ସେମାନେ ଭିଡିଓ କରି ଏହାକୁ ଭାଇରାଲ କଲେ। ଏହାସତ୍ତ୍ୱେ ସେମାନଙ୍କର ସବୁ ସୁବିଧା କରିଛି। ସେମାନଙ୍କୁ ନିଜ ନିଜ ସେଣ୍ଟରରେ ଛଡ଼ା ଯାଇଥିବା ବେଳେ ରହିବା, ଖାଇବାର ବ୍ୟବସ୍ଥା କରିଛି। ସେମାନଙ୍କୁ ଅସମ୍ମାନ କରିବାର କିଛି ଉଦ୍ଦେଶ୍ୟ ନାହିଁ।”

ସେମାନେ ପ୍ରଥମେ ମୋତେ ଅସମ୍ମାନ କରିଥିବା ବେଳେ ଏହାର  ଭିଡିଓ କରି ନାହାନ୍ତି। କିନ୍ତୁ ମୋ ଉତ୍ତ୍ୟକ୍ତ ବେଳର ଭିଡିଓ ଭାଇରାଲ କରିଦେଇଥିବା କହିଛନ୍ତି ବିଡିଓ। ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛି। ଥାନାକୁ ମଧ୍ୟ ଜଣାଇଛି ବୋଲି ସେ କହିଛନ୍ତି।

Related story