ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ କଂଗ୍ରେସର ୧୨ ଘଣ୍ଟିଆ ବାଲିମେଳା ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଚିକିତ୍ସାଳରେ ଡାକ୍ତର ନ ଥିବା ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଲିମେଳା ଏନ୍‌ଏସିରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଆଜି ସକାଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳର ବହୁକମୀ ଓ ନେତା ପିକେଟିଂ କରି ଜନସାଧାଣଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହାର ପ୍ରଭାବରେ ସହରର ଦୋକାନ , ବଜାର ବନ୍ଦ ରହିଛି। ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ […]

balimela

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 06:19 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଚିକିତ୍ସାଳରେ ଡାକ୍ତର ନ ଥିବା ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଲିମେଳା ଏନ୍‌ଏସିରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି।

ଆଜି ସକାଳେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ଦଳର ବହୁକମୀ ଓ ନେତା ପିକେଟିଂ କରି ଜନସାଧାଣଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଏହାର ପ୍ରଭାବରେ ସହରର ଦୋକାନ , ବଜାର ବନ୍ଦ ରହିଛି।

ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ  କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Related story