ବିପଦରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ!

କୋଣାର୍କ: ବିପଦରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ। ୧୯୫୬-୫୭ରେ ବ୍ୟାପକ ବୃକ୍ଷରୋପଣ ପରେ ଏଠାରେ ହରିଣ ଓ କୃଷ୍ଣସାରଙ୍କ ସଂଖ୍ୟା ବ‍ଢିବାରୁ ଏହାକୁ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏପ୍ରିଲ ୨୩ ୧୯୮୪ରେ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଏବେ ଏହି ଜଙ୍ଗଲ ଧୀରେଧୀରେ ସଙ୍କୁଚିତ ହେଉଥିବା ବେଳେ ଏହାର ଜୈବ ବିବିଧତା ଧ୍ୱଂସ ହେବାରେ ଲାଗିଛି। ସମୁଦ୍ର ଦାଉରୁ ଉପକୂଳକୁ ରକ୍ଷା କରିବାକୁ ୧୯୫୬-୫୭ରେ ଏଠାରେ ବ୍ୟାପକ ବୃକ୍ଷରୋପଣ କରିଥିଲେ ରାଜ୍ୟ […]

hqdefault

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 09:12 PM IST

କୋଣାର୍କ: ବିପଦରେ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ। ୧୯୫୬-୫୭ରେ ବ୍ୟାପକ ବୃକ୍ଷରୋପଣ ପରେ ଏଠାରେ ହରିଣ ଓ କୃଷ୍ଣସାରଙ୍କ ସଂଖ୍ୟା ବ‍ଢିବାରୁ ଏହାକୁ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏପ୍ରିଲ ୨୩ ୧୯୮୪ରେ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଏବେ ଏହି ଜଙ୍ଗଲ ଧୀରେଧୀରେ ସଙ୍କୁଚିତ ହେଉଥିବା ବେଳେ ଏହାର ଜୈବ ବିବିଧତା ଧ୍ୱଂସ ହେବାରେ ଲାଗିଛି।

ସମୁଦ୍ର ଦାଉରୁ ଉପକୂଳକୁ ରକ୍ଷା କରିବାକୁ ୧୯୫୬-୫୭ରେ ଏଠାରେ ବ୍ୟାପକ ବୃକ୍ଷରୋପଣ କରିଥିଲେ ରାଜ୍ୟ ସରକାର।  ୮୭ ବର୍ଗ କିଲୋମିଟର ଅଞ୍ଚଳରେ ଲାଗିଥିଲା ଝାଉଁ, ଇଉକାଲିପଟାସ୍, କାଜୁ ଓ ଆକାଶିଆ ଗଛ। ଜଙ୍ଗଲ ମନୁଷ୍ୟକୃତ ହୋଇଥିଲେ ବି ଅନୁକୂଳ ପରିବେଶ ପାଇ ଏଠାରେ ବଢ଼ିଥିଲା ବାଲିହରିଣ ଓ କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏବେ ବିଭିନ୍ନ କାରଣରୁ କୃଷ୍ଣସାର ମୃଗ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ ବାଲିହରିଣଙ୍କ ସଂଖ୍ୟା ବି ହ୍ରାସ ପାଉଛି।

କଣ୍ଟା ଜାତୀୟ କୋଳିଗଛ କମିବାରୁ ଖାଦ୍ୟାଭାବ ଯୋଗୁଁ ବାଲିହରିଣଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାଛଡ଼ା ଅଭୟାରଣ୍ୟରୁ ଗଛକଟା, ମାତ୍ରାଧିକ କାଜୁ ଗଛ ବୃଦ୍ଧି ଯୋଗୁଁ ଚଳପ୍ରଚଳରେ ସମସ୍ୟା, କାଜୁମଞ୍ଜି ତୋଳାଳିଙ୍କ ଅବାଧ ପ୍ରବେଶ ଏବଂ ଖାଦ୍ୟ ଅନ୍ୱେଷଣରେ ଯାଇ କୁକୁର କାମୁଡ଼ା ଓ ଦୁର୍ଘଟଣାରେ ହରିଣଙ୍କ ପ୍ରାଣ ଯାଉଛି। ସେପଟେ ଏହି ଅଭୟାରଣ୍ୟ ସୁରକ୍ଷା ପାଇଁ ୨୮ଟି ଇକୋ ଡେଭଲପମେଣ୍ଟ କମିଟି ଗଠନ କରାଯାଇଥିଲା। ସେମାନଙ୍କ ସଦସ୍ୟଙ୍କୁ କାଜୁ ତୋଳିବା ପାଇଁ ଅନୁମତି ଦିଆଯାଇଥିଲା।  କିନ୍ତୁ ସେମାନେ ବାହାର ଲୋକଙ୍କୁ ନିଜ ଅଧୀନରେ ଥିବା ଜଙ୍ଗଲ ନିଲାମରେ ଦେଇଥିବା ଅଭିଯୋଗ ହୋଇଛି।

Related story