କଦଳୀ ବେପାରୀଙ୍କ ଉପରକୁ ମାଡ଼ିଗଲା କାର୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଦଳୀ ବେପାରୀଙ୍କ ଉପରକୁ ମାଡ଼ିଗଲା କାର୍। ଘଟଣାସ୍ଥଳରେ କଦଳୀ ବେପାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର  ସ୍ଥିତ ରାଜମହଲ-କଳ୍ପନା ଓଭରବ୍ରିଜ୍ ଉପରେ । କଦଳୀ ବେପାରୀଙ୍କ ପରିଚୟ ମିଳିନାହିଁ। ପୁଲିସ ଦୁର୍ଘଟଣା ଘଟାଇଥିବା ଯୁବକ ଶାଶ୍ଵତ ମହାପାତ୍ରଙ୍କୁ  ଅଟକ ରଖି ପଚରାଉଚରା କରୁଛି। ଶାଶ୍ଵତଙ୍କ ଘର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳେ କଦଳୀ ବେପାରୀ ଜଣଙ୍କ ଟ୍ରଲିରେ କଳ୍ପନା ଛକରେ କଦଳୀ […]

car accident

  • Published: Sunday, 09 October 2022
  • , Updated: 09 October 2022, 11:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଦଳୀ ବେପାରୀଙ୍କ ଉପରକୁ ମାଡ଼ିଗଲା କାର୍। ଘଟଣାସ୍ଥଳରେ କଦଳୀ ବେପାରୀଙ୍କର ମୃତ୍ୟୁ ଘଟିଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର  ସ୍ଥିତ ରାଜମହଲ-କଳ୍ପନା ଓଭରବ୍ରିଜ୍ ଉପରେ ।

କଦଳୀ ବେପାରୀଙ୍କ ପରିଚୟ ମିଳିନାହିଁ। ପୁଲିସ ଦୁର୍ଘଟଣା ଘଟାଇଥିବା ଯୁବକ ଶାଶ୍ଵତ ମହାପାତ୍ରଙ୍କୁ  ଅଟକ ରଖି ପଚରାଉଚରା କରୁଛି। ଶାଶ୍ଵତଙ୍କ ଘର ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାଯାଇଛି।

ଆଜି ସକାଳେ କଦଳୀ ବେପାରୀ ଜଣଙ୍କ ଟ୍ରଲିରେ କଳ୍ପନା ଛକରେ କଦଳୀ ବିକୁଥିଲେ। ଏହି ସମୟରେ ଶାଶ୍ଵତ ରାଜମହଲ ଛକ ପଟରୁ  ଦ୍ରୁତଗତିରେ କାର୍‌ଟିକୁ ଆଣି କଦଳୀ ଠେଲାକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ କଦଳୀ ବେପାରୀଙ୍କର ମୃତ୍ୟୁ ଘଟିଥିଲା।

ଶାଶ୍ଵତଙ୍କ ନିଶାସକ୍ତ ଅବସ୍ଥାରେ କାର୍ ଚଳାଉଥିବା ଜଣାଯାଇଛି। ଲକ୍ଷ୍ମୀସଗାର ଥାନା ପୁଲିସ ଶାଶ୍ଵତଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହାସହ ତାଙ୍କ ଗାଡ଼ିକୁ ଜବତ କରିଛି।  ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

 

Related story