ବଂଶୀଧର, ଇଲା ପଣ୍ଡା ଫାଉଣ୍ଡେସନ ଓ ଏଫ୍ଆଇସିସିଆଇର ମିଳିତ ଆନୁକୂଲ୍ୟରେ ‘ଏଜୁକେସନ ଫର୍ ଅଲ୍- ପ୍ରସପେକ୍ଟସ ଆଣ୍ଡ ଚ୍ୟାଲେଞ୍ଜେସ୍' ଆଲୋଚନାଚକ୍ର

ଭୁବନେଶ୍ୱର: ବଂଶୀଧର, ଇଲା ପଣ୍ଡା ଫାଉଣ୍ଡେସନ ଓ ଏଫ୍.ଆଇ.ସି.ସି.ଆଇର ମିଳିତ ଆନୁକୂଲ୍ୟରେ ‘ଏଜୁକେସନ ଫର୍ ଅଲ୍- ପ୍ରସପେକ୍ଟସ ଆଣ୍ଡ ଚ୍ୟାଲେଞ୍ଜେସ୍’ ନାମକ ଏକ ଆଲୋଚନାଚକ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାର ମାନବୃଦ୍ଧି ସଙ୍ଗେସଙ୍ଗେ ଛାତ୍ରଛାତ୍ରୀଙ୍କୁ କିଭଳି ଉନ୍ନତମାନର ଶିକ୍ଷା ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ଏଫ୍.ଆଇ.ସି.ସି.ଆଇର ଓଡିଶା ମୁଖ୍ୟ ସଞ୍ଜିବ ମହାନ୍ତି, ଆଇଏଏସ୍ ମହେନ୍ଦ୍ର କୁମାର ମଲ୍ଲିକ୍, ଓ.ପି.ଇ.ପି.ଏ ପ୍ରୋଜେକ୍ଟ ଡାଇରେକ୍ଟର ଡାକ୍ତର ବାଞ୍ଛାନିଧୀ ପଣ୍ଡା ପ୍ରମୁଖ […]

alachna

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 02:08 PM IST

ଭୁବନେଶ୍ୱର: ବଂଶୀଧର, ଇଲା ପଣ୍ଡା ଫାଉଣ୍ଡେସନ ଓ ଏଫ୍.ଆଇ.ସି.ସି.ଆଇର ମିଳିତ ଆନୁକୂଲ୍ୟରେ 'ଏଜୁକେସନ ଫର୍ ଅଲ୍- ପ୍ରସପେକ୍ଟସ ଆଣ୍ଡ ଚ୍ୟାଲେଞ୍ଜେସ୍' ନାମକ ଏକ ଆଲୋଚନାଚକ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାର ମାନବୃଦ୍ଧି ସଙ୍ଗେସଙ୍ଗେ ଛାତ୍ରଛାତ୍ରୀଙ୍କୁ କିଭଳି ଉନ୍ନତମାନର ଶିକ୍ଷା ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ଏଫ୍.ଆଇ.ସି.ସି.ଆଇର ଓଡିଶା ମୁଖ୍ୟ ସଞ୍ଜିବ ମହାନ୍ତି, ଆଇଏଏସ୍ ମହେନ୍ଦ୍ର କୁମାର ମଲ୍ଲିକ୍, ଓ.ପି.ଇ.ପି.ଏ ପ୍ରୋଜେକ୍ଟ ଡାଇରେକ୍ଟର ଡାକ୍ତର ବାଞ୍ଛାନିଧୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
ଓଡିଶା ସରକାର ୬ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପଠପଢା ସହ, ଆବଶ୍ୟକୀୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଯୋଗାଉଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ୨ହଳ ଲେଖାଏଁ ୟୁନିଫର୍ମ ଓ ପାଠପଢା ନିମନ୍ତେ ମାଗଣାରେ ବହି ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି। ବିଶେଷ କରି କଳାହଣ୍ଡି, ବଲାଙ୍ଗିର,ମୟୁରଭଞ୍ଜ,ନୂଆପଡ଼ା ପ୍ରଭୃତି ଜିଲ୍ଲାରେ ପିଲାମାନଙ୍କ ପାଇଁ ସିଜିନାଲ ହଷ୍ଟେଲ ମଧ୍ୟ ଖୋଲାଯାଇଛି । ଫଳରେ ପିତାମାତା ବାହାରକୁ ଗଲେ ମଧ୍ୟ ଛାତ୍ରଛାତ୍ରୀ ହେଷ୍ଟଲରେ ରହି ପାଠ ପଢି ପାରିବେ ବୋଲି ଅଲୋଚନା ହୋଇଥିଲା।

Related story