ସ୍ୱାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା ଦୂର ଦାବିରେ ୧୨ ଘଣ୍ଟିଆ ବାମରା ବନ୍ଦ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ମୁଖ୍ୟାଳୟ ସ୍ଥିତ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁରବସ୍ଥା ଦୂର ଓ ୫ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଦାବିରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି।  ଫଳରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବସ୍‌ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାମରା-କୁଚିଣ୍ଡା, ବାମରା-ଗରିଆମାଲ, ବାମରା-ଲଇକେରା ଓ ବାମରା –ସୁନ୍ଦରଗଡ଼ ରାସ୍ତା ଅବରୋଧ କରିଛନ୍ତି।

ବିଧାୟକ ରବି ନାଏକ,ପୂର୍ବତନ ବିଧାୟକ ରେଜେନ୍ଦ୍ର ଛତ୍ରୀଆ ଓ ନାଗରିକ କମିଟିର  କର୍ମକର୍ତ୍ତା ବିକ୍ଷୋଭରେ ସାମିଲ ହୋଇଛନ୍ତି।