୪ଦଫା ଦାବିରେ ମୟୂରଭଞ୍ଜ ବନ୍ଦ: ଜୀବନଯାତ୍ରା ଠପ୍‌

ରାଇରଙ୍ଗପୁର(ଓଡ଼ିଶା ରିପୋର୍ଟର): ୪ଦଫା ଦାବିରେ ଆଜି ମୟୂରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ଝାଡଖଣ୍ଡ ଦିସମ ପାର୍ଟି ଓ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।  ଫଳରେ ଯଶିପୁର, ରାଇରଙ୍ଗପୁର, ବହଳଦା ଓ ତିରିଂ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଛି।  ଏଥିସହ ଗାଡି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।  ସାନ୍ତାଳିକୁ ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ସହ ୪ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।  ପୋଲିସ୍‌ ୧୦ ଜଣ ଆନ୍ଦୋଳକାରୀଙ୍କୁ ଗିରଫ କରିଛି।