ଘାଟିରୁ ମିଳିଲା ମହିଳାଙ୍କ ମୃତଦେହ, ନାଳରୁ ନାବାଳିକା ଉଦ୍ଧାର; ସମ୍ପର୍କରେ ମା-ଝିଅ କି?

ବାରିପଦା (ମାଣିକଲାଲ ପାଣି): ଘାଟିରୁ ମିଳିଲା ମହିଳାଙ୍କ ମୃତଦେହ। ଆଉ ମୃତଦେହଠାରୁ ୧୦୦ କିମି ଦୂରରୁ ଜଣେ ନାବାଳିଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କ ମୁହଁ ମିଶୁଥିବାରୁ ଏମାନେ ସମ୍ପର୍କରେ ମାଆ ଓ ଝିଅ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ। ନାବାଳିକା ସୁସ୍ଥ ହେବା ପରେ ସେମାନଙ୍କ ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି। ପୂରା ଘଟଣାଟି ଏମିତି। ମୟୂରଭଞ୍ଜ […]

deadbody

deadbody

Manoranjan Sial
  • Published: Wednesday, 03 March 2021
  • Updated: 04 March 2021, 04:51 PM IST

Sports

Latest News

ବାରିପଦା (ମାଣିକଲାଲ ପାଣି): ଘାଟିରୁ ମିଳିଲା ମହିଳାଙ୍କ ମୃତଦେହ। ଆଉ ମୃତଦେହଠାରୁ ୧୦୦ କିମି ଦୂରରୁ ଜଣେ ନାବାଳିଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କ ମୁହଁ ମିଶୁଥିବାରୁ ଏମାନେ ସମ୍ପର୍କରେ ମାଆ ଓ ଝିଅ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ। ନାବାଳିକା ସୁସ୍ଥ ହେବା ପରେ ସେମାନଙ୍କ ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି।

ପୂରା ଘଟଣାଟି ଏମିତି। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ବ୍ରିଜ୍‌ ତଳେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିଲା। ମହିଳା ଜଣକ ଦେଖିବାକୁ ଗୋରା। ଧଳା ରଙ୍ଗର ଲେଗିଙ୍ଗ୍ସ ଓ ଗୋଲାପି ରଙ୍ଗର ସାଲୱାର ପିନ୍ଧିଛନ୍ତି। ମହିଳାଙ୍କ ହାତରେ ଚୁଡି, କାନରେ ସୁନା କାନଫୁଲ ଓ ବେକରେ ସୁନା ହାର ରହିଛି। ଏଥିରୁ ଜଣାପଡ଼ୁଛି ମହିଳା ଜଣକ କୌଣସି ସମ୍ଭ୍ରାନ୍ତ ପରିବାରର ହୋଇଥିବେ। ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟା କରାଯାଇ ନାହିଁ। ବରଂ ଅନ୍ୟ କୌଣସି କାରଣରୁ ମହିଳାଙ୍କୁ ହତ୍ୟା କରାଯାଇ ଘାଟିର ତଳକୁ ଫିଙ୍ଗି ଦିଆଯାଇ ଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ। ପୁଲିସ ଓ ସାଇଣ୍ଟିଫିସ ଟିମ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ।

ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୧୦୦ କିମି ଦୂର କରଞ୍ଜିଆ ଥାନା ଚଢେଇଭୋଳରୁ ଅଚେତ ଅବସ୍ଥାରେ ଜଣେ ୭ରୁ ୮ବର୍ଷ ଶିଶୁ କନ୍ୟା ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ମୁହଁ ସହିତ ଶିଶୁ କନ୍ୟାଙ୍କ ମୁହଁ ମିଶି ଯାଉଥିବାରୁ ଉଭୟ ମାଆ ଓ ଝିଅ ବୋଲି ପୁଲିସ ଅନୁମାନ କରୁଛି। ତେବେ ପରିଚୟ ଜାଣିବା ପାଇଁ ଉଭୟ ମହିଳା ଓ ଝିଅର ଡିଏନ୍‌ଏ ଟେଷ୍ଟ କରାଯିବ। ରିପୋର୍ଟ ଆସିଲେ ସେମାନଙ୍କ ସମ୍ପର୍କ ସମ୍ପର୍କରେ ଜଣାପଡ଼ିବ ବୋଲି ମୟୂରଭଞ୍ଜ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ କହିଛନ୍ତି।

ଏସ୍‌ପିଙ୍କ ସହିବା ଅନୁସାରେ ମହିଳାଙ୍କ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାର ପଡୋଶୀ ଜିଲ୍ଲା ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଜିଲ୍ଲାର ଏସ୍‌ପିଙ୍କୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲାରେ କୌଣସି ମହିଳା ହଜିଥିବାର ସୂଚନା ମିଳିନାହିଁ। ନାବାଳିକା ଜଣକ ସୁସ୍ଥ ହେବାକୁ ଅପେକ୍ଷା କରାଯାଇଛି ବୋଲି ଏସ୍‌ପି ଶ୍ରୀ ଦାସ କହିଛନ୍ତି।

ସେପଟେ ପୁଲିସ ଝିଅଟିକୁ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ କଥା ହୋଇପାରୁ ନାହିଁ। ବେକ ଓ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos