ବାଣୀବିହାରରେ ଜଣେ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଭିଯୋଗରେ ଏଜିଙ୍କ ମତ ନିଆଯିବ

ଭୁବନେଶ୍ୱର: ବାଣୀବିହାରର ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପ୍ରାର୍ଥୀ ହୋଇଥିବା ଜଣେ ଛାତ୍ରଙ୍କ ନାଁରେ ଅପରାଧିକ ମାମଲା ଥିବା ଅଭିଯୋଗ ଆସିବା ପରେ ଏନେଇ ଆଡ୍‌ଭୋକେଟ୍ ଜେନେରାଲ (ଏଜି)ଙ୍କ ମତାମତ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି,“ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ତାଙ୍କ ନାଁ କେମିତି କାଟ୍‌ ଖାଇଲା ନାହିଁ ଅଭିଯୋଗ କରି ଗତକାଲି କଲେଜରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାର୍ଥୀଙ୍କ ବିରୋଧରେ […]

utkala

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 06:40 PM IST

ଭୁବନେଶ୍ୱର: ବାଣୀବିହାରର ଛାତ୍ର ସଂସଦ ନିର୍ବାଚନ ପାଇଁ ସଭାପତି ପ୍ରାର୍ଥୀ ହୋଇଥିବା ଜଣେ ଛାତ୍ରଙ୍କ ନାଁରେ ଅପରାଧିକ ମାମଲା ଥିବା ଅଭିଯୋଗ ଆସିବା ପରେ ଏନେଇ ଆଡ୍‌ଭୋକେଟ୍ ଜେନେରାଲ (ଏଜି)ଙ୍କ ମତାମତ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ କହିଛନ୍ତି,“ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ତାଙ୍କ ନାଁ କେମିତି କାଟ୍‌ ଖାଇଲା ନାହିଁ ଅଭିଯୋଗ କରି ଗତକାଲି କଲେଜରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାର୍ଥୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଏଜିଙ୍କ ମତ ଲୋଡ଼ା ଯିବ।”

ଗତକାଲି ବିଶ୍ୱବିଦ୍ୟାଳୟ ପରିସରରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ସମନ୍ୱୟ କମିଟି ବୈଠକ ବସିଥିଲା। ଏଥିରେ  ବିଶ୍ୱବିଦ୍ୟାଳୟର କୁଳପତି, ପିଜି କାଉନସିଲ ଚେୟାରମ୍ୟାନ, ଦୁଇ ପ୍ରମୁଖ ଛାତ୍ର ସଂଗଠନର ପ୍ରତିନିଧି ଓ ପ୍ରାର୍ଥୀଙ୍କ ସମେତ ଉଭୟ ପକ୍ଷର ଆଇନ ପରାମର୍ଶଦାତା ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ଗତକାଲି ପ୍ରାର୍ଥିପତ୍ର ଯାଞ୍ଚ ପରେ ଜଣେ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଥିବା ଅଭିଯୋଗ କରି ଅନ୍ୟ ଗୋଷ୍ଠୀର ଛାତ୍ରଛାତ୍ରୀମାନେ କୁଳପତିଙ୍କ ଅଫସ୍‌ ଘେରାଉ କରିଥିଲେ। ଉକ୍ତ ପ୍ରାର୍ଥୀଙ୍କୁ ଗିରଫ କରିବା ଦାବିରେ  ସନ୍ଧ୍ୟାରେ କିଛି ଛାତ୍ର ବିଶ୍ୱବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଟାୟାର ଜାଳି ଥିଲେ।

Related story