ବ୍ୟାଙ୍କ ଧର୍ମଘଟ: ଆମ ଦରମା ଠିକ୍‌ ନହେଲେ ଧାରଣାରେ ବସିବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେତନ ସଂଶୋଧନ ନେଇ ଆଜିଠୁ ଆରମ୍ଭ ହୋଇଛି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ।  ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି । ସମାନୁପାତିକ ଦରମା, ୫ ଦିନ ବ୍ୟାଙ୍କିଂ, ବିଶେଷ ଭତ୍ତାର ମୂଳ ଦରମା ସହ ସମ୍ମିଶ୍ରଣ, ନୂତନ ପେନ୍‌ସନ୍ ଯୋଜନା ବନ୍ଦ କରିବା, ପାରିବାରିକ ପେନ୍‌ସନ୍‌ରେ ଉନ୍ନତି, ଛୁଟି ବ୍ୟାଙ୍କ ପ୍ରଚଳନ, ସମାନ କାମକୁ ସମାନ ଦରମା ଭିତ୍ତିରେ କର୍ମଚାରୀ ନିଯୁକ୍ତି ଭଳି ୧୨ ଦଫା ଦାବିରେ […]

6789

Tapas Behera
  • Published: Friday, 31 January 2020
  • , Updated: 31 January 2020, 07:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବେତନ ସଂଶୋଧନ ନେଇ ଆଜିଠୁ ଆରମ୍ଭ ହୋଇଛି ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ।  ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ୨ ଦିନିଆ ବନ୍ଦ ଡାକରା ଦିଆଯାଇଛି । ସମାନୁପାତିକ ଦରମା, ୫ ଦିନ ବ୍ୟାଙ୍କିଂ, ବିଶେଷ ଭତ୍ତାର ମୂଳ ଦରମା ସହ ସମ୍ମିଶ୍ରଣ, ନୂତନ ପେନ୍‌ସନ୍ ଯୋଜନା ବନ୍ଦ କରିବା, ପାରିବାରିକ ପେନ୍‌ସନ୍‌ରେ ଉନ୍ନତି, ଛୁଟି ବ୍ୟାଙ୍କ ପ୍ରଚଳନ, ସମାନ କାମକୁ ସମାନ ଦରମା ଭିତ୍ତିରେ କର୍ମଚାରୀ ନିଯୁକ୍ତି ଭଳି ୧୨ ଦଫା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି। ଏଥିରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି।  ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର, ବାଲେଶ୍ୱର, ରାଉରକେଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

କୋରାପୁଟ ଜିଲ୍ଲା ଜୟପୁରରେ ବ୍ୟାଙ୍କ ଷ୍ଟ୍ରାଇକର ପ୍ରଭାବ ଦେଖିବାକୁ ମିଳିଛି।  କର୍ମଚାରୀ ମାନେ ବ୍ୟାଙ୍କ ଆଗରେ  ଧାରଣା ଦେବା ସହ ଦାବି ପୂରଣ ଲାଗି ସ୍ଲେଗାନ୍ ଦେଇଥିଲେ। ସେପଟେ ବ୍ୟାଙ୍କ ବନ୍ଦ ଯୋଗୁଁ  ଲୋକେ  ଏଟିଏମରୁ ଟଙ୍କା ଉଠାଇବାରେ ଅସୁବିଧା ଭୋଗିଛନ୍ତି।

ସେହିପରି ବଲାଙ୍ଗିରରେ ବ୍ୟାଙ୍କ ବନ୍ଦର ପ୍ରଭାବ  ଦେଖିବାକୁ ମିଳିଛି। ସହରର ପ୍ରମୁଖ ବ୍ୟାଙ୍କ ଆଗରେ କର୍ମଚାରୀ  ମାନେ ଧାରଣା ଦେଇଥିଲେ। ସହରର ଅନେକ ଏଟିଏମ ବନ୍ଦ ରହିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Related story