ଛୁଟି ଦିନରେ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍‌ଏଲ୍‌ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେରଳ ମଡେଲ୍‌ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା […]

notes

Manoranjan Sial
  • Published: Friday, 10 May 2019
  • , Updated: 10 May 2019, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟି ଦିନରେ ବି ବ୍ୟାଙ୍କ ଖୋଲା ରଖାଯିବ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ଏସ୍‌ଏଲ୍‌ବିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ କେରଳ ମଡେଲ୍‌ ଅନୁସରଣ କରିବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। କମ୍ ଡକ୍ୟୁମେଣ୍ଟ ନେଇ ଋଣ ପ୍ରଦାନ ଲାଗି ବ୍ୟାଙ୍କ ଗୁଡିକୁ କୁହାଯାଇଛି। ସୋମବାର ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାରେ ବ୍ୟାଙ୍କ ସେବା ସ୍ୱାଭାବିକ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ପୁରୀରେ ୧୫ଟି ଓ ଭୁବନେଶ୍ୱରରେ ୧୦ଟି ମୋବାଇଲ୍ ଏଟିଏମ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ସେପଟେ ବାତ୍ୟା ପ୍ରଭାବିତ କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି (ଶନିବାର) ଓ ରବିବାର ସବୁ ସରକାରୀ ଅଫିସ୍‌ ଖୋଲା ରହିବ। ରିଲିଫ୍ ଓ ଥଇଥାନ କାମ ଚାଲୁ ଥିବାରୁ ଅଫିସ୍‌ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

 

Related story