ଭୁବନେଶ୍ୱର: ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ ଆସିଥିବା ବନ୍ୟାରେ ରାଜ୍ୟର ୫ଟି ଜିଲ୍ଲା ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛି । ଏସଆରସି ଜିଭିଭି ଶର୍ମା ବନ୍ୟା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବନ୍ୟା ଦ୍ୱାରେ ଏହି ୫ଟି ଜିଲ୍ଲାର ୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବାଲେଶ୍ୱରରେ ୪, ଭଦ୍ରକରେ ୨ ଓ ଯାଜପୁରରେ ୩ଟି ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାରେ ୩ଟି ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ଗୋଟିଏ ଓ ଓଡ୍ରାଫର ୫ଟି ଟିମ ନିୟୋଜିତ ହୋଇଛନ୍ତି । ସେହିପରି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ୯୦ଟି ବୋଟ ନିୟୋଜିତ ହୋଇଛି । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇକୁ ଦୁଇଦିନ ମଧ୍ୟରେ ମରାମତି କରାଯିବ ବୋଲି ଏସଆସି ଜିଭିଭି ଶର୍ମା କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Miscellaneous
କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା
୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରାଯିବ। ରୋଗୀ କଲ୍ୟାଣ ସମିତି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Weather
ଆସୁଛି ଆଉ ଏକ ଲଘୁଚାପ!
କୁହୁଡି ନେତା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।