ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍: ୫ରୁ ମିଳିବ ଟିକେଟ

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । ଏନେଇ ୫ ତାରିଖରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି କରାଯିବ। ୧୯ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ସୁରକ୍ଷା ମିଟିଂ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ସେ ଆହୁରି କହିଛନ୍ତି,“ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ କରାଯିବ। ଷ୍ଟାଡିୟମ ଭିତରକୁ ଦର୍ଶକମାନେ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ ହେଲମେଟ୍ […]

barabati-1000

Tapaswini Nayak
  • Published: Saturday, 16 November 2019
  • , Updated: 16 November 2019, 02:56 PM IST

କଟକ(ଓଡ଼ିଶା ରିପୋର୍ଟର): ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ ତାରିଖରେ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ । ଏନେଇ ୫ ତାରିଖରୁ ଅନ୍‌ଲାଇନ୍‌ରେ ଟିକେଟ୍ ବିକ୍ରି କରାଯିବ। ୧୯ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ସୁରକ୍ଷା ମିଟିଂ ପରେ ଆଜି ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।

ସେ ଆହୁରି କହିଛନ୍ତି,“ ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ କରାଯିବ। ଷ୍ଟାଡିୟମ ଭିତରକୁ ଦର୍ଶକମାନେ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଓ ହେଲମେଟ୍ ନେଇପାରିବେ ନାହିଁ।” ୧୯ତାରିଖରେ ଉଭୟ ଭାରତ, ୱେଷ୍ଟଇଣ୍ଡିଜ୍ ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଓସିଏ ସଂପାଦକ ସୂଚନା ଦେଇଛନ୍ତି।

Related story