ଓଡ଼ିଶା ପ୍ରିମିଅର ଲିଗ୍‌ ଟ୍ରଫି ହାତେଇଲା ବାରବାଟୀ ସୁପର୍ କିଙ୍ଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଖେଳାଯାଉଥିବା ଓଡ଼ିଶା ପ୍ରିମିଅର ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ କଟକ ବାରବାଟୀ ସୁପର୍ କିଙ୍ଗ, ଭୁବନେଶ୍ୱର ବାଉନ୍ସବର୍ଗକୁ ୨୯ ରନ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି। ପ୍ରଥମେ କଟକ ଟିମ୍‌ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍ ସଂଗ୍ରହ କରିଥିଲା। ୧୬୫ ରନ୍‌ର ଟାଗେର୍ଟକୁ ପିଛା କରି ଭୁବନେଶ୍ୱର ଟିମ୍ ୧୩୫ ରନ୍‌ କରିପାରିଥିଲା।

କଟକର ଅଧିନାୟକ ତପିନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଖେଳାଳିଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍ ଗଠନ କରାଯାଇଥିଲା।