ବରଗଡ: ସୁଜାତା ପ୍ରଧାନ ପୁଣି ଭେଡ଼େନ୍ ବ୍ଲକ୍ ଅଧ୍ୟକ୍ଷା

ବରଗଡ: ବରଗଡ ଜିଲ୍ଲା ଭେଡ଼େନ୍ ବ୍ଲକ୍  ଅଧକ୍ଷା ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ସୁଜାତା ପ୍ରଧାନ। ଏଥିପାଇଁ ବୁଧବାର ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଏହି ପଦବୀ ପାଇଁ ସୁଜାତା ପ୍ରଧାନ ଏବଂ ସନ୍ତୋଷିନୀ ଦନ୍ତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।  ସୁଜାତା ୧୧ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷିନୀ ୯ ଖଣ୍ଡ ଭୋଟ ପାଇଥିଲେ। ଗୋଟିଏ ଭୋଟ ନାକଚ ହୋଇଯାଇଥିଲା। ସୁଜାତା ୨ ଖଣ୍ଡ ଅଧିକ ଭୋଟ ପାଇ ଦ୍ୱିତୀୟ ଥର ପାଇଁ  ବ୍ଲକ୍ ଅଧ୍ୟକ୍ଷା ଭାବେ […]

election

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 06:14 AM IST

ବରଗଡ: ବରଗଡ ଜିଲ୍ଲା ଭେଡ଼େନ୍ ବ୍ଲକ୍  ଅଧକ୍ଷା ଭାବେ ପୁଣି ନିର୍ବାଚିତ ହୋଇଛନ୍ତି ସୁଜାତା ପ୍ରଧାନ। ଏଥିପାଇଁ ବୁଧବାର ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଏହି ପଦବୀ ପାଇଁ ସୁଜାତା ପ୍ରଧାନ ଏବଂ ସନ୍ତୋଷିନୀ ଦନ୍ତାଙ୍କ ମଧ୍ୟରେ ଲଢେଇ ହୋଇଥିଲା।  ସୁଜାତା ୧୧ ଖଣ୍ଡ ଭୋଟ ପାଇଥିବା ବେଳେ ସନ୍ତୋଷିନୀ ୯ ଖଣ୍ଡ ଭୋଟ ପାଇଥିଲେ। ଗୋଟିଏ ଭୋଟ ନାକଚ ହୋଇଯାଇଥିଲା। ସୁଜାତା ୨ ଖଣ୍ଡ ଅଧିକ ଭୋଟ ପାଇ ଦ୍ୱିତୀୟ ଥର ପାଇଁ  ବ୍ଲକ୍ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୧୪ ନିଭେମ୍ୱର ୧୮ ତାରିଖରେ ସୁଜାତା ପ୍ରଧାନଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ପାରିତ ହେବା ପରେ  ପୁଣି ଥରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Related story