ବରଗଡ଼ ସଦର ଥାନା ନିଲେଶ୍ୱରରେ ଡବଲ ମର୍ଡର, ଅଭିଯୁକ୍ତ ଗିରଫ

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଓ ଦେଡ଼ଶାଶୂକୁ ଭୁଜାଲିରେ ହାଣି ହତ୍ୟା କରିଛି। ଭୁଜାଲି ଆକ୍ରମଣରେ ଗୁରୁତର ଆହତ ଶାଶୂଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ହତ୍ୟାକାରୀକୁ ଗ୍ରାମବାସୀ କାବୁ କରିବା ପରେ ପୋଲିସରେ ଦେଇଛନ୍ତି। ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ହତ୍ୟାକାରୀକୁ ପୋଲିସ ବରଗଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଘଟଣା ପରେ ନିଲେଶ୍ୱର ଗାଁରେ ତୀବ୍ର […]

baragard-dobble0murder

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 12:25 PM IST

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ସ୍ତ୍ରୀ ଓ ଦେଡ଼ଶାଶୂକୁ ଭୁଜାଲିରେ ହାଣି ହତ୍ୟା କରିଛି। ଭୁଜାଲି ଆକ୍ରମଣରେ ଗୁରୁତର ଆହତ ଶାଶୂଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। ହତ୍ୟାକାରୀକୁ ଗ୍ରାମବାସୀ କାବୁ କରିବା ପରେ ପୋଲିସରେ ଦେଇଛନ୍ତି। ଉତ୍ୟକ୍ତ ଲୋକଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ହତ୍ୟାକାରୀକୁ ପୋଲିସ ବରଗଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଘଟଣା ପରେ ନିଲେଶ୍ୱର ଗାଁରେ ତୀବ୍ର ଉତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ ନିଲେଶ୍ୱର ଗାଁର ଏକା ସାହୁଙ୍କ ସାନ ଝିଅ ସଂଯୁକ୍ତାକୁ ବିଜେପୁରର ନରସିଂହ ସାହୁ ୫ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସଂଯୁକ୍ତାକୁ ତାର ଶାଶୂଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବାରୁ ସଂଯୁକ୍ତା ତାର ବାପଘର ନିଲେଶ୍ୱରକୁ ୨ ମାସ ହେବ ଚାଲି ଆସିଥିଲା। ଶୁକ୍ରବାର ସକାଳେ ନରସିଂହ ତାର ପତ୍ନୀକୁ ନୂଆଁଖାଇ ପାଇଁ ନିଲେଶ୍ୱର ଗାଁକୁ ନେବାକୁ ଆସିଥିଲା। ମାତ୍ର ସେମାନଙ୍କ ମଧ୍ୟରେ ଝଗଡ଼ା ହେବାରୁ ନରସିଂହ ଉତ୍ୟକ୍ତ ହୋଇ ତାର ପତ୍ନୀ, ଦେଢଶାଶୂ ଓ ଶାଶୂକୁ ଭୁଜାଲିରେ ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ବରଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡ଼ାକ୍ତର ସଂଯୁକ୍ତା ଓ ତାର ବଡ଼ ଭଉଣୀ ଜାନକୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ବରଗଡ଼ ଏସଡିପିଓ ବରଗଡ଼ ସରକାରୀ ଡାକ୍ତରଖାନାକୁ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related story