ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ ଦିନ ଆସିବା ମନା

ବରଗଡ଼ (ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୫ ଦିନ ପାଇଁ ଶଟ୍‌ଡାଉନ୍ । ୫ ଦିନ ପାଇଁ ଶଟ୍‌ଡାଉନ୍ ଘୋଷଣା କଲେ ବରଗଡ଼ CDMO। ଜଣେ ଡାକ୍ତରଙ୍କ ସ୍ୱାବ୍‌ ଟେଷ୍ଟ ପଜିଟିଭ ଆସିବା ପରେ ଶଟ୍‌ଡାଉନ୍ ଘୋଷଣା କରିଛନ୍ତି ସିଡିଏମଓ। ସଂପୃକ୍ତ ଡାକ୍ତର ଜଣଙ୍କ ପାଖରେ ଥିବା ଏକ ମେଡିକାଲ ଷ୍ଟୋର ଏବଂ କ୍ଲିନିକ କୁ ବି ଯିବାଆସିବା କରୁଥିବାରୁ ସେଗୁଡିକୁ ବି ୫ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ସିଡିଏମଓ । ଏହାସହିତ ଚିକିତ୍ସାଧୀନ ରୋଗୀଙ୍କୁ ବୁର୍ଲା ଓ ବରଗଡ଼ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।