ପ୍ରଚଣ୍ଡ ଗରମ, ଫଳିଛି ପେଣ୍ଡାପେଣ୍ଡା ସେଓ

ବରଗଡ଼(ଦୀପକ ଶର୍ମା): ସେଓ ଚାଷ ବିଶେଷ ଭାବେ ଥଣ୍ଡା ପରିବେଶରେ ହୋଇଥାଏ। ମାତ୍ର ବରଗଡ଼ ପରି ଗ୍ରୀଷ୍ମପ୍ରବାହ ଅଞ୍ଚଳରେ ବି ସେଓ ଚାଷ କରି ସଫଳ ହୋଇଛନ୍ତି ଜଣେ ଚାଷୀ। ଏହି ଚାଷୀ ଜଣକ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ। ଅର୍ଗାନିକ ପଦ୍ଧତିରେ ସେଓ ଚାଷ କରି ସେ ସମସ୍ତ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତାଙ୍କ ସେଓ ଚାଷ ପ୍ରଳାଳି ଦେଖିବା ପାଇଁ ପ୍ରତିଦିନ ବହୁ ଲୋକଙ୍କ ଭିଡ଼ […]

farmer

  • Published: Wednesday, 08 June 2022
  • , Updated: 08 June 2022, 10:44 PM IST

ବରଗଡ଼(ଦୀପକ ଶର୍ମା): ସେଓ ଚାଷ ବିଶେଷ ଭାବେ ଥଣ୍ଡା ପରିବେଶରେ ହୋଇଥାଏ। ମାତ୍ର ବରଗଡ଼ ପରି ଗ୍ରୀଷ୍ମପ୍ରବାହ ଅଞ୍ଚଳରେ ବି ସେଓ ଚାଷ କରି ସଫଳ ହୋଇଛନ୍ତି ଜଣେ ଚାଷୀ। ଏହି ଚାଷୀ ଜଣକ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଚାଷୀ କ୍ଷମାନିଧି ବାରିକ। ଅର୍ଗାନିକ ପଦ୍ଧତିରେ ସେଓ ଚାଷ କରି ସେ ସମସ୍ତ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତାଙ୍କ ସେଓ ଚାଷ ପ୍ରଳାଳି ଦେଖିବା ପାଇଁ ପ୍ରତିଦିନ ବହୁ ଲୋକଙ୍କ ଭିଡ଼ ଜମୁଛି।

ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗୁଳୁଗୁଳି ସାଙ୍ଗକୁ ଗରମ ପବନ ଲୋକଙ୍କୁ ଛଟପଟ କରୁଛି। ତେବେ ବି ଏପରି ସମୟରେ ମଧ୍ୟ ସେଓ ଚାଷ କରି ଗଛରେ ପ୍ରଚୁର ଫଳ ଫଳାଇବାରେ ସେ ସଫଳ ହୋଇଛନ୍ତି। ଯାହା ଲୋକଙ୍କୁ ହତବାକ କରୁଛି। ଏହି ଚାଷ ଓଡ଼ିଶାରେ ହୋଇପାରିବ ନାହିଁ ବୋଲି କହୁଥିବା ଚାଷୀ ଏବେ ଏହାକୁ ଦେଖି ପ୍ରେରଣା ନେଉଛନ୍ତି।

ସେ ନିଜେ ପ୍ରଥମେ ୩୦ଡିସିମିଲ ଜମିରେ ଗତ ବର୍ଷ ସେଓ ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ଗଛରେ ସେଓ ଫଳିବା ଆରମ୍ଭ ହୋଇଛି। ସେ ହିମାଚଳ ପ୍ରଦେଶରୁ HRMN-99 ପ୍ରଜାତିର ୧୫ଟି ଚାରା ଆଣି ଚାଷ କରିଥିଲେ। ସେଥିମଧ୍ୟରୁ ବର୍ତ୍ତମାନ ୧୩୦ଟି ଗଛ ବଞ୍ଚିଛି। ସମସ୍ତ ଗଛ ବଡ଼ ହୋଇ ଫଳ ଧରିଛି। ଗଛରେ ସେଓଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର ଦେଖାଯାଉଛି, ଖାଇବାକୁ ମଧ୍ୟ ସେତିକି ସୁସ୍ୱାଦୁ ଲାଗୁଛି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ ପାଇଁ ସେ କୃଷି ବୈଜ୍ଞାନିକ ସନତ ମେହେରଙ୍କ ସହାୟତା ନେଇଥିବା ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ସରକାରୀ ସ୍ତରରେ ସେଓ ଚାଷ ପାଇଁ ଚାଷୀଙ୍କୁ କୌଣସି ସରକାରୀ ସହାୟତା ଦିଆଯାଉନି। ତେଣୁ ସେ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ଏହି ଚାଷ ଆରମ୍ଭ କରିଛନ୍ତି। ପ୍ରତି ଗଛରେ ହାରାହାରି ୫୦ ରୁ ୧୦୦ କେଜି ଫଳ ଆସିଛି। ତେଣୁ ଏକର ପ୍ରତି ବାର୍ଷିକ ୧୨ ରୁ ୧୫ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶାବାଦି ରହିଛନ୍ତି।

ବରଗଡ଼ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଗ୍ରୀଷ୍ମ ଅଞ୍ଚଳରେ ସେଓ ଫସଲ କରି ସଫଳ ହେବା ପ୍ରଶଂସାର ବିଷୟ। ତାଙ୍କୁ ଅଧିକ ଜ୍ଞାନ, କୌଶଳ ଯୋଗାଇ ଦେବା ନିମନ୍ତେ ବିଭାଗ ଉଦ୍ୟମ କରିବ।

Related story