ବାରିପଦା: ବସ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ

ବାରିପଦା: ଯୁକ୍ତ ୩ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ବି.ବି. କଲେଜର ଶିବଶଙ୍କର ଜେନା। ମୃତ ଶିବଙ୍କ ଘର ବାରିପଦା ସହର ୧୫ ନମ୍ବର ୱାର୍ଡରେ ବୋଲି ଜଣାପଡ଼ିଛି। ଶିବ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ କୁଳିଅଣା ଥାନା ଅନ୍ତର୍ଗତ କଳାବାଡିଆ ଛକରେ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ […]

baripada

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 11:18 AM IST

ବାରିପଦା: ଯୁକ୍ତ ୩ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ବି.ବି. କଲେଜର ଶିବଶଙ୍କର ଜେନା। ମୃତ ଶିବଙ୍କ ଘର ବାରିପଦା ସହର ୧୫ ନମ୍ବର ୱାର୍ଡରେ ବୋଲି ଜଣାପଡ଼ିଛି।

ଶିବ ପରୀକ୍ଷା ଦେବା ପାଇଁ ଯାଉଥିବା ବେଳେ କୁଳିଅଣା ଥାନା ଅନ୍ତର୍ଗତ କଳାବାଡିଆ ଛକରେ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା।

Related story