ବାରିପଦା ଏମ୍‌ପିସି କଲେଜରେ ନିର୍ବାଚନ ବାତିଲ

ବାରିପଦା: ବାରିପଦା ଏମ୍‌ପିସି ସ୍ୱୟଂଶାସିତ କଲେଜ ଓ ଜୁନିୟର୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ଆଜି ବାତିଲ କରି ଦିଆଯାଇଛି। ଏହା ସହିତ କଲେଜ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ-ଏ-ଡାଏ ଘୋଷଣା କରି ଦିଆଯାଇଛି। ନିର୍ବାଚନକୁ କେନ୍ଦ୍ର କରି ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ କଲେଜ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ଆଜି ସକାଳେ କ୍ୟାମ୍ପସ୍‌ ପରିସରରେ ବିସ୍ଫୋରଣ ହୋଇଥିଲା। ଗଣ୍ଡଗୋଳ ଆଶଙ୍କା ଥିବାରୁ କଲେଜ ବାହାରେ ବ୍ୟାପକ ପୋଲିସ୍‌ ମୁତୟନ […]

baripada

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 11:18 PM IST

ବାରିପଦା: ବାରିପଦା ଏମ୍‌ପିସି ସ୍ୱୟଂଶାସିତ କଲେଜ ଓ ଜୁନିୟର୍‌ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ଆଜି ବାତିଲ କରି ଦିଆଯାଇଛି। ଏହା ସହିତ କଲେଜ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ-ଏ-ଡାଏ ଘୋଷଣା କରି ଦିଆଯାଇଛି।

ନିର୍ବାଚନକୁ କେନ୍ଦ୍ର କରି ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ପରେ କଲେଜ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ଆଜି ସକାଳେ କ୍ୟାମ୍ପସ୍‌ ପରିସରରେ ବିସ୍ଫୋରଣ ହୋଇଥିଲା।

ଗଣ୍ଡଗୋଳ ଆଶଙ୍କା ଥିବାରୁ କଲେଜ ବାହାରେ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି। କଲେଜରେ ଗଣ୍ଡଗୋଳ ଓ ଭଙ୍ଗାରୁଜୁ ଅଭିଯୋଗରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି।

Related story