ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁଭଦ୍ରାଙ୍କ ରଥକୁ ଟାଣି ନେଲେ ମହିଳା

ବାରିପଦା: ବାରିପଦାରେ ମହା ସମାରୋହରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ପରମ୍ପରା ମୁତାବକ ଶ୍ରୀମନ୍ଦିର ରଥଯାତ୍ରାର ପରଦିନ ଏଠାରେ ରଥଟଣା ହୋଇଥାଏ। ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯିବା ପରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଏଠାରେ ବହୁ ଦିନରୁ ଚଳିଆସୁଛି। ଆଜି ଏହିଠାରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେଇ ମାଉସୀମା ମନ୍ଦିର ନିକଟରେ ରଖିଥିଲେ। ଗତକାଲି  ତିନିଠାକୁର ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ। ଏହି ସମୟରେ […]

baripada

Rakesh Mallick
  • Published: Thursday, 07 July 2016
  • , Updated: 07 July 2016, 09:34 PM IST

ବାରିପଦା: ବାରିପଦାରେ ମହା ସମାରୋହରେ ଆଜି ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ପରମ୍ପରା ମୁତାବକ ଶ୍ରୀମନ୍ଦିର ରଥଯାତ୍ରାର ପରଦିନ ଏଠାରେ ରଥଟଣା ହୋଇଥାଏ। ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯିବା ପରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଏଠାରେ ବହୁ ଦିନରୁ ଚଳିଆସୁଛି। ଆଜି ଏହିଠାରେ ମହିଳା ମାନେ ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେଇ ମାଉସୀମା ମନ୍ଦିର ନିକଟରେ ରଖିଥିଲେ।

ଗତକାଲି  ତିନିଠାକୁର ଗୋଟି ପହଣ୍ଡିରେ ରଥକୁ ବିଜେ କରିଥିଲେ। ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ରଥରେ ତିନି ଠାକୁରଙ୍କୁ ଦର୍ଶନ କରିଥିଲେ।

Related story