ପିଲା ନାହାନ୍ତି, ବନ୍ଦ ହେବ କିଛି ସ୍କୁଲ!

Ordigital Desk
  • Published: Saturday, 02 September 2017
  • , Updated: 02 September 2017, 04:00 PM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ବିଦ୍ୟାଳୟମୁଖୀ କରିବା ପାଇଁ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟାଳୟ ଗୁଡ଼ିକରେ ପିଲା ସଂଖ୍ୟା କମୁଛି। ଏପରିକି କେତେକ ସ୍କୁଲରେ ପିଲା ନାହାନ୍ତି। ମାତ୍ର ଶିକ୍ଷକ ଯାଇ ବସି ଫେରୁଛନ୍ତି। ଯେଉଁଥି ପାଇଁ ରାଜ୍ୟ ସରକାର ଉକ୍ତ ସ୍କୁଲ ଗୁଡ଼ିକୁ ବନ୍ଦ କରବାକୁ ଯୋଜନା କରୁଥିବା ଜଣାପଡ଼ିଛି।</p> <p>ଶିକ୍ଷାର ଦୀପ ଜଳାଇବା ପାଇଁ ୧୯୩୭ ମସିହାରେ ବାରିପଦା ସହର ପ୍ରାକ୍ ଟିସିଂ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ଆଖପାଖ ଅଞ୍ଚଳରେ ପିଲା ପଢ଼ୁଥିଲେ। ଏହି ସ୍କୁଲ ବହୁ ଓଏଏସ୍ ଓ ଆଏଏସ୍ ଅଫିସର ଗଢ଼ିଛି। ଏପରିକି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହି ସ୍କୁଲରୁ ପାଠ ପଢିଛନ୍ତି। ୮୦ ବର୍ଷର ପୁରୁଣା ସ୍କୁଲରେ ଏବେ ଲାଗିଛି ଗ୍ରହଣ। ଆଗପରି ଆଉ ପିଲାଙ୍କ ଗହଳି ଲାଗୁ ନାହିଁ। ବର୍ତ୍ତମାନ ଏହି ସ୍କୁଲରେ ୧୦ ପିଲା ପଢ଼ୁଛନ୍ତି। ଏମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଦୁଇ ଜଣ ଶିକ୍ଷକ।</p> <p>ଆଉ ଏକ ସ୍କୁଲ ହେଉଛି ଶୁଳିଆପଦା ବ୍ଲକର ପଥରା ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲକୁ ଯିବା ପାଇଁ ରାସ୍ତା ନାହିଁ। ସ୍କୁଲ ଯିବା ରାସ୍ତାରେ ନାଳ ଥିବାରୁ ଅଭିଭାବକ ନିଜ ପିଲାମାନଙ୍କୁ ବିପଦପୂର୍ଣ୍ଣ ଭାବେ ପଠାଇବାକୁ ଚାହୁଁ ନାହାନ୍ତି। ଯେଉଁଥିପାଇଁ ସ୍କୁଲକୁ କୌଣସି ପିଲା ପାଠ ପଢ଼ିବାକୁ ଆସୁ ନାହାନ୍ତି। ଏଠାରେ ନିଯୁକ୍ତି ପାଇଥିବା ଶିକ୍ଷକ ସ୍କୁଲ ଆସି ବସି ଫେରି ଯାଉଛନ୍ତି।</p>

Related story