କଟକ:(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ ହୋଇଛି। ୧୬୧ ଧାରାରେ ବୟାନ ରେକର୍ଡ କଲା ପୁରୀଘାଟ ଥାନା ପୁଲିସ। ଘଟଣା ସଂପର୍କରେ ପୋଲିସକୁ ବିସ୍ତୃତ ସୂଚନା ଦେଇଛନ୍ତି ବର୍ଷା। ଘରୋଇ ହିଂସା ଓ ନିର୍ଯାତନା ନେଇ ଗତକାଲି ବର୍ଷା ଏତଲା ଦେଇଥିଲେ। ଅନୁଭବ ମହାନ୍ତି ଓ ତାଙ୍କ ୨ ସହଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ।
ସୂଚନା ଅନୁଯାୟୀ, ଅନୁଭବଙ୍କ ପତ୍ନୀ ବର୍ଷାଙ୍କ ଏତଲା ଭିତ୍ତିରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ଘାଟ ଥାନା ପୋଲିସ। ୪୯୮-ଏରେ ଏହି ମାମଲା ରୁଜୁ କରାଯାଇଛି।
ଏଥିସହିତ ଅନୁଭବଙ୍କ ୨ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଘରୋଇ ହିଂସା ଓ ନିର୍ଯାତନା ନେଇ ବର୍ଷା ଅନୁଭବଙ୍କ ବିରୋଧରେ ଏତଲା କରିଥିଲେ।
ପାରିବାରିକ ବିବାଦକୁ ନେଇ ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ରାତିରେ ରୁମ୍ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ।