ଟ୍ରାଫିକ୍‌ ପୋଲିସଙ୍କ ଦେହରେ ଲାଗିବ କ୍ୟାମେରା

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 01:47 PM IST
<p>ଭୁବନେଶ୍ୱର: କମିଶନରେଟ୍&zwnj; ପୋଲିସର ବଦଳିବ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା। ସ୍ମାର୍ଟ ପୋଲିସକୁ ନେଇ ଆଜିଠାରୁ ଟ୍ରାଫିକରେ ନୂତନ ବ୍ୟବସ୍ଥା ଲାଗୁ ହୋଇଛି। ଏଣିକି ଟ୍ରାଫିକ ପୋଲିସଙ୍କ ଦେହରେ ବଡି କ୍ୟାମେରା ଲାଗିବ। କଟକ ଏବଂ ଭୁବେନଶ୍ୱରରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏଥିଲାଗି ୨୪୦ଟି କ୍ୟାମେରା ଅଣାଯାଇଛି।&nbsp; ଦୁଇ ସହରର ପ୍ରମୁଖ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ ଏହି କ୍ୟାମେରା ଦେହରେ ଲଗାଇବେ।&nbsp; କାର୍ଯ୍ୟ ସମୟରେ ଟ୍ରାଫିକ ପୋଲିସଙ୍କ ବ୍ୟବହାର, ଲୋକଙ୍କ ଟ୍ରାଫିକ ପୋଲିସଙ୍କ ପ୍ରତି ଆଚରଣ ଏବଂ ଟ୍ରାଫିକକୁ ନେଇ ଦେଖା ଦେଉଥିବା ସମସ୍ୟା ଉପରେ ନଜର ରଖିବ ଏହି କ୍ୟାମେରା। ଏହାସହ କଟକ ଏବଂ ଭୁବନେଶ୍ୱରରେ ଥିବା ଟ୍ରାଫିକ ଗାଡ଼ିରେ ମଧ୍ୟ ୧୬ଟି ଡ୍ୟାସବୋର୍ଡ କ୍ୟାମେରା ଲଗାଇବାକୁ ବ୍ୟବସ୍ଥା କରାଯାଇଛି। ପାଟ୍ରୋଲିଂ ବେଳେ ଏହି ଗାଡ଼ିରେ ଲାଗିଥିବା କ୍ୟାମେରା ରେକର୍ଡିଂ କରିବ।</p>

Related story