ଫେସ୍‌ବୁକ୍‌ ଖୋଲି ଫସଉଥିଲେ, ଯୁବତୀଙ୍କ ମାଧ୍ୟମରେ ଫୋନ୍‌ କରି ଡାକୁଥିଲେ

Ordigital Desk
  • Published: Monday, 05 March 2018
  • , Updated: 05 March 2018, 06:05 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ବୁଦ୍ଧିକୁ ମାନିବାକୁ ପଡ଼ିବ। ଜଣେ ଯୁବତୀଙ୍କ ନାଁରେ ଫେକ୍&zwnj; ଫେସ୍&zwnj;ବୁକ୍&zwnj; ଖୋଲି କରୁଥିଲେ ଅପହରଣ। ଟାର୍ଗେଟରେ କରୁଥିଲେ ଇଞ୍ଜିନିୟରି ଛାତ୍ରଙ୍କୁ। ଜଣେ ଯୁବତୀଙ୍କଠାରୁ ଫୋନ୍&zwnj; ପାଇ ଆସୁଥିବା ବେଳେ ନିଜ ଜାଲରେ ଫସାଉଥିଲେ ଏହି ଗ୍ୟାଙ୍ଗ। ଏହି ମାୟା ବୁଝି ନପାରି ଫସି ଯାଉଥିଲେ ଛାତ୍ରମାନେ। ଏହି ମାୟା ଜାଲ ପୁରୀରୁ ରାଜଧାନୀ ଭୁବନେଶ୍ୱରକୁ ଲମ୍ୱି ଥିଲା। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିସନ୍&zwnj;ରେଟ୍&zwnj; ପୋଲିସ। ଏହାଛଡ଼ା ଫୋନ୍&zwnj; କରି ଡାକୁଥିବା ସେହି ଯୁବତୀ ବା ମହିଳାଙ୍କୁ ପୋଲିସ ଚିହ୍ନଟ କରିଛି। ଭୁବନେଶ୍ୱର ଅପହରଣ ଘଟଣାରେ ଖିଅ ଖୋଜି ଖୋଜି ପୋଲିସ ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।</p> <p>ପୂରା ଘଟଣାଟି ଏମିତି। ଫେବ୍ରୃଆରୀ ୧୬ ତାରିଖ ସନ୍ଧ୍ୟା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷର ଯୁବକ ଟ୍ୟୁସନ ସାରି ଘରକୁ ଫେରୁଥିଲେ। ଏହି ସମୟରେ କିଛି ଯୁବକ ଏକ ଗାଡ଼ିରେ ଆସି ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ ଯୁବକଙ୍କୁ ପୁରୀ ନେବାକୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ଅପହରଣକାରୀ। ମାତ୍ର କୌଣସି କାରଣ ବସତଃ ଶେଷ ମୁହୂର୍ତ୍ତରେ ଯୋଜନାକୁ ବଦଳାଇ ବମିଖାଲରେ ରହୁଥିବା ଏକ ଭଡ଼ା ଘରେ ରଖିଥିଲେ। ଅପହରଣର କିଛି ସମୟରେ ପରେ ପରିବାର ଲୋକଙ୍କୁ ଫୋନ୍&zwnj; କରି ଟଙ୍କା ପଠାଇବାକୁ ଧମକ ଦେଇଥିଲେ। ଏହି ଖବର ପାଇବା ପରେ ପରିବାର ଲୋକେ ଭୟଭୀତ ହୋଇପଡ଼ି ଥିଲେ। ତା&rsquo;ପର ଦିନ ଅର୍ଥାତ ୧୭ ତାରିଖରେ ପରିବାର ଲୋକେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଯୁବକ ଜଣକ ସେମାନଙ୍କ କବ୍&zwnj;ଜାରେ ଥିବାରୁ ପୋଲିସ ସତର୍କତାର ସହ ତଦନ୍ତ କରୁଥିଲା। ଗତ ୨୮ ତାରିଖରେ ବିଭିନ୍ନ ମୋବାଇଲରୁ ଅପହର୍ତ୍ତାମାନେ ବାରମ୍ୱାର ଫୋନ୍&zwnj; କରିଥିଲେ। ଏପରିକି ଟଙ୍କା ପଠାଇବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ସେହି ରାତିରେ ୨ ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ଦେବାର ୨ରୁ ୩ ଘଣ୍ଟା ପରେ ଅପହରଣ ଯୁବକ ଘରକୁ ଫେରିଥିଲା।</p> <p>ଅପହରଣ ହୋଇଥିବା ଯୁବକ ଘରକୁ ଫେରିବା ପରେ ପୋଲିସ ତାର ତଦନ୍ତକୁ ଜୋରଦାର କରିଥିଲେ। ଥାନାରେ ଅଭିଯୋଗ ଓ ଯୁବକଙ୍କୁ ଛାଡ଼ିବାର ତଥ୍ୟକୁ ନେଇ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍&zwnj; କରିଥିଲା। ଏଥିରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ପାଇଥିଲା। ସେହି ତଥ୍ୟକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ମୁଖ୍ୟଅଭିଯୁକ୍ତ ହେଉଛନ୍ତି ଗୋପାଳ କୃଷ୍ଣ ମହାପାତ୍ର। ତାଙ୍କ ଘର ପୁରୀ ଜିଲ୍ଲା ସର୍ବୋଦୟ ନଗର ତାଳବଣିଆ ଅଞ୍ଚଳର। ସେ ବି-ଟେକ୍&zwnj; ପାସ୍&zwnj; କରିଛନ୍ତି। ତାଙ୍କ ସହଯୋଗୀ ହେଲେ ଶୁଭରାଜ ବେହେରା। ସେ ମଧ୍ୟ ଆଇଟିଆଇ ପାସ୍&zwnj; କରିଛି। ତାଙ୍କ ଘର ପୁରୀ ସି-ବିଚ୍&zwnj; ଥାନା ଅଞ୍ଚଳରେ। ସୌମ୍ୟରଞ୍ଜନ ମିଶ୍ର ହେଉଛନ୍ତି ଜଣେ ଗ୍ରାଜୁଏଟ୍&zwnj;। ଅଭିଜିତ ମିଶ୍ର ଜଣେ ଇଞ୍ଜିନିୟରିଂ ଛାତ୍ର। ସେହିପରି ସିଦ୍ଧାର୍ଥ ମହାପାତ୍ର ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ର ଅଛନ୍ତି। ଏମାନେ ସମସ୍ତେ ପୁରୀ ଜିଲ୍ଲାର। ମାଷ୍ଟର ମାଇଣ୍ଡ ପୁରୀରେ ରହୁଥିବା ବେଳେ ଅନ୍ୟମାନେ ବମିଖାଲରେ ଏକ ଘଡ଼ା ଘରେ ରହୁଥିଲେ। &nbsp;ସେମାନଙ୍କଠାରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଛି। ଏହାଛଡ଼ା ଗୋଟିଏ ସ୍ୱପ୍ଟି କାର୍&zwnj;, ବାଇକ, ୫ଟି ମୋବାଇଲ, ଗୋଟିଏ ଲପ୍&zwnj;ଟପ୍&zwnj; ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିରୋଧରେ କୌଣସି ଅପରାଧୀକ ମାମଲା ନାହିଁ। ତଥାପି ତର୍ଜମା ଚାଲିଛି।</p>

Related story