ରାଜଭବନ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ଏ ନେଇ ଆଜି ବିଜେଡି କର୍ମୀମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାମ୍ୱିଧାନିକ ବିଧିବ୍ୟବସ୍ଥାରେ ଅନୁସୂଚିତ ଜନଜାତିଙ୍କ ଉନ୍ନୟନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅବହେଳା କରୁଥିବା ବିଜେଡି କର୍ମୀମାନେ ଅଭିଯୋଗ କରିବା ସହ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। କେନ୍ଦ୍ର ସରକାରଙ୍କ ଏପରି ଉଦାସୀନତା ପ୍ରତିବାଦରେ ଆସନ୍ତା ୧୦ […]

raj-bhaban

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 06:16 PM IST

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତା ଓ ଅବହେଳା ପ୍ରତିବାଦରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ଏ ନେଇ ଆଜି ବିଜେଡି କର୍ମୀମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସାମ୍ୱିଧାନିକ ବିଧିବ୍ୟବସ୍ଥାରେ ଅନୁସୂଚିତ ଜନଜାତିଙ୍କ ଉନ୍ନୟନ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନରେ କେନ୍ଦ୍ର ସରକାର ଅବହେଳା କରୁଥିବା ବିଜେଡି କର୍ମୀମାନେ ଅଭିଯୋଗ କରିବା ସହ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

କେନ୍ଦ୍ର ସରକାରଙ୍କ ଏପରି ଉଦାସୀନତା ପ୍ରତିବାଦରେ ଆସନ୍ତା ୧୦ ତାରିଖରେ ରାଜ୍ୟର ସମସ୍ତ ଆଇଟିଡିଏ ଅଫିସ୍‌ ଆଗରେ ଧାରଣା ଓ ପ୍ରତିବାଦ ସଭା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Related story