ଆଇଏଏସ୍‌ ସ୍ତରରେ ପୁଣି ଅଦଳବଦଳ; ମଧୁସୂଦନ ପାଢ଼ୀ ପରିବହନ କମିଶନର

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ପୁଣି ଅଦଳବଦଳ। ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠୀ ହେଲେ ଗ୍ରାମ୍ୟଉନ୍ନୟନ ବିଭାଗର ନୂଆ ସଚିବ। ଏଥିସହିତ ତାଙ୍କୁ ସ୍ପେଶାଲ ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ  ମଧୁସୂଦନ ପାଢୀଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଡକ୍ଟର ସିଏସ୍‌ କୁମାରଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ବଦଳି କରାଯାଇଛି। […]

ph

Rakesh Mallick
  • Published: Saturday, 22 April 2017
  • , Updated: 22 April 2017, 08:04 PM IST

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ପୁଣି ଅଦଳବଦଳ। ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ସଚିବ ଥିବା ବିଷ୍ଣୁପଦ ସେଠୀ ହେଲେ ଗ୍ରାମ୍ୟଉନ୍ନୟନ ବିଭାଗର ନୂଆ ସଚିବ। ଏଥିସହିତ ତାଙ୍କୁ ସ୍ପେଶାଲ ରିଲିଫ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ଗ୍ରାମ୍ୟ ଉନ୍ନୟନ ସଚିବ  ମଧୁସୂଦନ ପାଢୀଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତ କରାଯାଇଛି।

ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଡକ୍ଟର ସିଏସ୍‌ କୁମାରଙ୍କୁ  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ବଦଳି କରାଯାଇଛି।

ବିଜ୍ଞାନ ଓ କାରିଗରୀ ବିଭାଗର ସଚିବ ଭିଭି ଯାଦବଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ  ଦିଆଯାଇଛି।

ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଲ ଗଗନଙ୍କୁ ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ ଏବଂ ଓମଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଉତ୍ତରାଞ୍ଚଳ ଆରଡିସି ଭସ୍କର ଜ୍ୟୋତି ଶର୍ମାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ କରାଯାଇଛି।

ଶ୍ରମ କମିଶନର ରୂପା ମିଶ୍ର ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ହୋଇଛନ୍ତି । ଅନ୍ୟପଟେ ଶ୍ରୀକାନ୍ତ ପୃଷ୍ଟି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଥିବା ବେଳେ

ଏମ୍‌.ମୁଥୁ କୁମାରଙ୍କୁ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଓ ଯାଦବ ସଚିନ ରାମଚନ୍ଦ୍ରଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଛି।

Related story