ଭୁବନେଶ୍ୱରରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଗତକାଲିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହୋଇଛି। ଗତରାତିରେ ଇଣ୍ଡିଗୋର ଦୁଇଟି ବିମାନ କୋଲକାତା ଓ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା। ବିମାନବନ୍ଦରରେ ରାତି ରହଣି ପରେ ଆଜି ସକାଳ ୫ଟା ୫୫ମିନିଟ୍‌ରେ କୋଲକତା ଓ ୬ଟା୫ ମିନିଟ୍‌ରେ ନୂଆଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ କରିଛି। ତେବେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିମାନ ସେବା ମିଳିବା ଯୋଗୁଁ […]

biju-patnaik

Rakesh Mallick
  • Published: Sunday, 02 October 2016
  • , Updated: 02 October 2016, 09:17 AM IST

ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଗତକାଲିଠାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୪ ଘଣ୍ଟିଆ ବିମାନ ସେବା ଆରମ୍ଭ ହୋଇଛି। ଗତରାତିରେ ଇଣ୍ଡିଗୋର ଦୁଇଟି ବିମାନ କୋଲକାତା ଓ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲା।

ବିମାନବନ୍ଦରରେ ରାତି ରହଣି ପରେ ଆଜି ସକାଳ ୫ଟା ୫୫ମିନିଟ୍‌ରେ କୋଲକତା ଓ ୬ଟା୫ ମିନିଟ୍‌ରେ ନୂଆଦିଲ୍ଲୀ ଅଭିମୁଖେ ବିମାନ ଉଡ଼ାଣ କରିଛି। ତେବେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ବିମାନ ସେବା ମିଳିବା ଯୋଗୁଁ ଯାତ୍ରୀ ମଧ୍ୟ ଖୁସି ଅନୁଭବ କରିଛନ୍ତି।

Related story