ଭୁବନେଶ୍ୱରରୁ ଚେନ୍ନାଇକୁ ଇଣ୍ଡିଗୋର ବିମାନସେବା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରୁ ଚେନ୍ନାଇକୁ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଇଣ୍ଡିଗୋର ଆଇଜିଓ-୭୫୬ ନମ୍ବର ବିମାନ ଅପରାହ୍ନ ୨.୧୦ ମିନିଟରେ ଅବତରଣ କରିଥିଲା। ପରେ ଅପରାହ୍ନ ୨.୫୦ ମିନିଟ୍‌ରେ ଏହା ଭୁବନେଶ୍ୱରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆଜିଠାରୁ ଏହି ବିମାନ ଦୈନିକ ସେବା ଯୋଗାଇବ। ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ୍‌  ୮ଟି ସ୍ଥାନକୁ ସିଧାସଳଖ ବିମାନ ସଂଯୋଗ ଉପଲବ୍ଧ ହୋଇପାରିଛି। ପୂର୍ବରୁ ନୂଆଦିଲ୍ଲୀ, କୋଲକାତା, […]

indio flight

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 08:58 PM IST

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରୁ ଚେନ୍ନାଇକୁ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଇଣ୍ଡିଗୋର ଆଇଜିଓ-୭୫୬ ନମ୍ବର ବିମାନ ଅପରାହ୍ନ ୨.୧୦ ମିନିଟରେ ଅବତରଣ କରିଥିଲା। ପରେ ଅପରାହ୍ନ ୨.୫୦ ମିନିଟ୍‌ରେ ଏହା ଭୁବନେଶ୍ୱରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ଆଜିଠାରୁ ଏହି ବିମାନ ଦୈନିକ ସେବା ଯୋଗାଇବ। ଏହାକୁ ମିଶାଇ ଭୁବନେଶ୍ୱରରୁ ମୋଟ୍‌  ୮ଟି ସ୍ଥାନକୁ ସିଧାସଳଖ ବିମାନ ସଂଯୋଗ ଉପଲବ୍ଧ ହୋଇପାରିଛି। ପୂର୍ବରୁ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ବାଙ୍ଗାଲୋର, ଭାଇଜାଗ୍‌ ଓ ବାରଣାସକୁ ସିଧାସଳଖ ବିମାନ ସଂଯୋଗ ରହିଥିଲା।

ଭୁବନେଶ୍ୱରରେ ଏବେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଗୋ ଏୟାର ଏବଂ ଭିସ୍ତାରା କମ୍ପୀନୀ ବିମାନ ସେବା ପ୍ରଦାନ କରୁଥିବା ବେଳେ ମୋଟ ୨୮ଟି ବାମାନ ପ୍ରତିଦିନ ଭୁବନେଶ୍ୱରରୁ ଯା ଆସ କରୁଛି।

Related story