ବାଃ ବାଃରେ ତେଲଟାଙ୍କି, ପେଟ୍ରୋଲ ବଦଳରେ ବାହାରୁଛି ପାଣି  

Ordigital Desk
  • Published: Sunday, 16 July 2017
  • , Updated: 16 July 2017, 07:34 AM IST
<p>ଭୁବନେଶ୍ୱର: ଭୁବନେଶ୍ୱରର ଏକ ପେଟ୍ରୋଲ ପମ୍ପରେ ତେଲ ବଦଳରେ ପାଣି ବାହାରିବା ଅଭିଯୋଗକୁ ନେଇ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ସଚିବାଳୟ ନିକଟରେ ଥିବା ଇଣ୍ଡିଆନ୍ ଅଏଲର ଏକ ପେଟ୍ରୋଲ ପମ୍ପରେ କିଛି ଗ୍ରାହକ ପେଟ୍ରୋଲ ପକାଇବା ପରେ ଅଧବାଟରେ ଗାଡ଼ିର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ଗ୍ୟାରେଜରେ ଦେଖାଇଥିଲେ। ହେଲେ ଟାଙ୍କିରେ ତେଲ ବଦଳରେ ଅଧିକ ପାଣି ଥିବା ଜାଣିବାକୁ ପାଇ ପେଟ୍ରୋଲ ପମ୍ପରେ ଅଭିଯୋଗ କରିଥିଲେ। ସମାନ ସମସ୍ୟା ଭୋଗିଥିବା ବହୁ ସଂଖ୍ୟାରେ ଗ୍ରାହକ ପେଟ୍ରୋଲ ପମ୍ପରେ ପହଞ୍ଚିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।</p> <p>ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ପେଟ୍ରୋଲ ପମ୍ପକୁ ବନ୍ଦ କରିଦେଇଛି। ନଟ୍ ଢିଲା ଥିବା କାରଣରୁ ବର୍ଷାରେ ଟାଙ୍କି ଭିତରକୁ ପାଣି ପଶିଯାଇଥିବା ପେଟ୍ରୋଲ ପମ୍ପର ମ୍ୟାନେଜର କହିଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p>

Related story