ସାବଧାନ! ଆପଣଙ୍କ ପାଖକୁ KYC ଅପଡେଟ୍ ପାଇଁ ମେସେଜ୍ ଆସୁଛି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆପଣଙ୍କ ମୋବାଇଲ ନମ୍ବରର KYC ଅପଡେଟ୍ ପାଇଁ କୌଣସି ମେସେଜ୍ ଆସୁଛି କି ? ଯଦି ହଁ ତେବେ ଏଥିପ୍ରତି ବିଶେଷ ସତର୍କ ରୁହନ୍ତୁ । ନଚେତ ଆପଣ ବି ଅଲନାଇନ୍ ଠକେଇ ଶିକାର ହୋଇପାରନ୍ତି । KYC ଅପଡେଟ୍ ନାଁରେ ଏବେ ଠକମାନେ ମେସେଜ୍ ପଠଇ ଲୋକଙ୍କୁ ଲୁଟ୍ କରୁଥିବାରୁ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ। ଏ ସମ୍ପର୍କିତ ଏକ ଟ୍ୱିଟ୍ କରି KYC ଅପଡେଟ୍ ନେଇ ଆସୁଥିବା […]

mobile

Tapas Behera
  • Published: Tuesday, 23 February 2021
  • , Updated: 23 February 2021, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆପଣଙ୍କ ମୋବାଇଲ ନମ୍ବରର KYC ଅପଡେଟ୍ ପାଇଁ କୌଣସି ମେସେଜ୍ ଆସୁଛି କି ? ଯଦି ହଁ ତେବେ ଏଥିପ୍ରତି ବିଶେଷ ସତର୍କ ରୁହନ୍ତୁ । ନଚେତ ଆପଣ ବି ଅଲନାଇନ୍ ଠକେଇ ଶିକାର ହୋଇପାରନ୍ତି । KYC ଅପଡେଟ୍ ନାଁରେ ଏବେ ଠକମାନେ ମେସେଜ୍ ପଠଇ ଲୋକଙ୍କୁ ଲୁଟ୍ କରୁଥିବାରୁ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ। ଏ ସମ୍ପର୍କିତ ଏକ ଟ୍ୱିଟ୍ କରି KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ଏସବୁ ମେସେଜର ଉତ୍ତର ନଦେବା ସହ କୌଣସି ଅଜ୍ଞାତ ନମ୍ବରକୁ ଫୋନ ନକରିବାକୁ ସତର୍କ କରିଛି ପୁଲିସ।  ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ କରିବା ପାଇଁ କୁହନ୍ତି ନାହିଁ ବୋଲି ଏହି ଟ୍ୱିଟ୍‌ରେ ସୂଚାଇ ଦିଆଯାଇଛି।

Related story