ଡ୍ୟୁଟି କରୁଥିବା ବେଳେ ଧରି ପକାଇଲା ଭାଲୁ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆତଙ୍କ। ଗତକାଲି ରାତିରେ ଏହି ବଜାରରେ ଜଣେ ହୋମାଗାର୍ଡ ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ନାଁ ରବୀନ୍ଦ୍ର ମାଝି। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି। ରବୀନ୍ଦ୍ରଙ୍କୁ ପ୍ରଥମେ ବରମପୁର ଡାକ୍ତରାଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୀଳଗିରି ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି। ରବୀନ୍ଦ୍ର ବରମପୁର ଥାନାରେ କାମ କରନ୍ତି। ଏ ଘଟଣା ନେଇ ବରମପୁର […]

homeguard

Jitendra Garnayak
  • Published: Saturday, 22 December 2018
  • , Updated: 22 December 2018, 11:55 AM IST

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ବରମପୁର ଥାନା ଅନ୍ତର୍ଗତ ବରହମପୁର ବଜାରରେ ଭାଲୁ ଆତଙ୍କ।

ଗତକାଲି ରାତିରେ ଏହି ବଜାରରେ ଜଣେ ହୋମାଗାର୍ଡ ପାଟ୍ରୋଲିଂ କରୁଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ତାଙ୍କ ନାଁ ରବୀନ୍ଦ୍ର ମାଝି। ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି।

ରବୀନ୍ଦ୍ରଙ୍କୁ ପ୍ରଥମେ ବରମପୁର ଡାକ୍ତରାଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୀଳଗିରି ଡାକ୍ତଖାନାକୁ ସ୍ଥାନାନ୍ତର କରାଯାଇଛି।

ରବୀନ୍ଦ୍ର ବରମପୁର ଥାନାରେ କାମ କରନ୍ତି।

ଏ ଘଟଣା ନେଇ ବରମପୁର ଥାନା ଅଧିକାରୀ ରାଜେନ୍ଦ୍ର ଦାସ କହିଛନ୍ତି,“ଗତକାଲି ରାତି ପ୍ରାୟ ୨ଟା ୪୦ରେ ୟୁବିଆଇ ଏଟିଏମ୍‌ ନିକଟରେ ହୋମଗାର୍ଡ ରବୀନ୍ଦ୍ର ମାଝି ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ତାଙ୍କ ଡାହାଣ ହାତକୁ ଧରି ପକାଇଥିଲା। ସେଠାରେ ଥିବା ଆଉ କିଛି ପାଟ୍ରୋଲିଂ କର୍ମଚାରୀ ହୋହାଲ୍ଲା କରିବାରୁ ଭାଲୁଟି ପଳାଇଥିଲା।”

Related story