ଗଛରେ ମହୁଫେଣା ଖାଉ ଖାଉ ରାତି ପାହିଗଲା; ଆଉ ତା’ପରେ...

ନବରଙ୍ଗପୁର (ନବଘନ ବିଷୋୟୀ): ମହୁଫେଣା ଖାଇବା ପାଇଁ ଗଛ ଉପରେ ଚଢ଼ିଥିଲା ଭାଲୁ। ରାତି ସାରା ଡାଳକୁ ଡାଳ ଡେଇଁ ମହା ଆନନ୍ଦରେ ମହୁଫେଣା ଖାଇଲା। ମିଠା ମହୁଫେଣା ଖାଉ ଖାଉ ରାତି ପାହି ଯାଇଥିଲା। ଆଉ ଜଙ୍ଗଲକୁ ଫେରିପାରିଲା ନାହିଁ। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ଡେଙ୍ଗାଗୁଡା ଗାଁ ନିକଟରେ କେଉଁ କାଳରୁ ଛିଡ଼ା ହୋଇଛି ବିରାଟ ଗଛ। ସେହି ଗଛରେ […]

Nabarangpur

  • Published: Thursday, 08 December 2022
  • , Updated: 08 December 2022, 07:19 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ମହୁଫେଣା ଖାଇବା ପାଇଁ ଗଛ ଉପରେ ଚଢ଼ିଥିଲା ଭାଲୁ। ରାତି ସାରା ଡାଳକୁ ଡାଳ ଡେଇଁ ମହା ଆନନ୍ଦରେ ମହୁଫେଣା ଖାଇଲା। ମିଠା ମହୁଫେଣା ଖାଉ ଖାଉ ରାତି ପାହି ଯାଇଥିଲା। ଆଉ ଜଙ୍ଗଲକୁ ଫେରିପାରିଲା ନାହିଁ। ଆଜି ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗାଁରେ ଦେଖିବାକୁ ମିଳିଛି।

ଡେଙ୍ଗାଗୁଡା ଗାଁ ନିକଟରେ କେଉଁ କାଳରୁ ଛିଡ଼ା ହୋଇଛି ବିରାଟ ଗଛ। ସେହି ଗଛରେ ରହିଛି ଅନେକ ମହୁଫେଣା। ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଭାଲୁ ମହୁଫେଣା ଖାଇବା ଲୋଭରେ ଗଛ ଉପରକୁ ଚଢ଼ି ଯାଇଥିଲା। ଏ ଡାଳରୁ ସେ ଡାଳକୁ ଯାଇ ରାତି ସାରା ମହୁଫେଣା ଖାଇଲା। ହେଲେ ଜଙ୍ଗଲକୁ ଫେରିବା କଥା ଭୁଲି ଯାଇଥିଲା। ମହୁଫେଣା ଖାଉଖାଉ ରାତି ପାହି ଯାଇଥିଲା।

ସେହି ରାସ୍ତା ଦେଇ ଗାଁ ଲୋକେ ଶୌଚ ପାଇଁ ଯାଉଥିବା ବେଳେ ଗଛ ଉପରେ ଭାଲୁକୁ ଦେଖିବାକୁ ପାଇଥିଲେ। ପରେ ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଯାଇଥିଲା। ଭାଲୁ ଦେଖିବା ପାଇଁ ଆଖପାଖ ଗାଁ ଲୋକ ସେଠାରେ ରୁଣ୍ଡ ହେଲେ। ଲୋକଙ୍କ କହଳି ଦେଖି ଭାଲୁଟି ଭୟଭୀତ ହୋଇଗଲା। ଆଉ ଗଛରୁ ଓହ୍ଲାଇଲା ନାହିଁ। ଗାଁ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ ବିଭାଗ ପ୍ରଥମେ ଗଛ ତଳୁ ଲୋକଙ୍କୁ ଖାଲି କରିଥିଲା। ଲୋକମାନେ ପଳାଇଗଲା ପରେ ଭାଲୁଟି ଗଛରୁ ତଳକୁ ଓହ୍ଲାଇ ଜଙ୍ଗଲ ମୁହାଁ ହୋଇଥିଲା।

Related story