ମାରିଦେଲା ମହୁମାଛି, ଚାଲିଗଲା ଜୀବନ

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ମାରିଦେଲା ମହୁମାଛି, ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ମୁଣ୍ଡାଗାଁରେ ମହୁମାଛି ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ବିରଞ୍ଚି ମଲ୍ଲିକ ସା(୩୨)। ଗତକାଲି ସନ୍ଧ୍ୟାରେ ସେ ବିଲରେ ଘାସ କାଟୁଥିବା ବେଳେ ଜଙ୍ଗଲରୁ ବହୁ ସଂଖ୍ୟାରେ ମହୁମାଛି ଆସି ତାଙ୍କୁ ଆକ୍ରମଣ କରିଥିଲେ। ପ୍ରାଣ ବିକଳରେ ସେ ଦୌଡ଼ି ଥିଲେ। ହେଲେ ମହୁ ମାଛି ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକ ଉଦ୍ଧାର କରି […]

bee

bee

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 05:48 PM IST

Sports

Latest News

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ମାରିଦେଲା ମହୁମାଛି, ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ମୁଣ୍ଡାଗାଁରେ ମହୁମାଛି ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ବିରଞ୍ଚି ମଲ୍ଲିକ ସା(୩୨)। ଗତକାଲି ସନ୍ଧ୍ୟାରେ ସେ ବିଲରେ ଘାସ କାଟୁଥିବା ବେଳେ ଜଙ୍ଗଲରୁ ବହୁ ସଂଖ୍ୟାରେ ମହୁମାଛି ଆସି ତାଙ୍କୁ ଆକ୍ରମଣ କରିଥିଲେ।

ପ୍ରାଣ ବିକଳରେ ସେ ଦୌଡ଼ି ଥିଲେ। ହେଲେ ମହୁ ମାଛି ଆକ୍ରମଣରୁ ବର୍ତ୍ତି ପାରିନଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଘର ଲୋକ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ କେଉଁ ରୂପରେ ଅଚାନକ ଆସିପାରେ ବୋଲି ଏଠାରେ ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos