ବାବୁସାନ୍‌ଙ୍କ ଗୀତ ସୁଟିଂ ବେଳେ ଗୋଡ଼ାଇଲେ ମହୁମାଛି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଆଜି ସୁପରଷ୍ଟାର ଅନୁଭବ ମହାନ୍ତି ଷ୍ଟଣ୍ଟ ସିନ୍‌ ଦେଇ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟପଟେ ଅଲିଉଡ୍‌ର ଚକୋଲେଟ୍ ବୟ ବାବୁ ସାନ୍‌ଙ୍କ ଗୀତ ସୁଟିଂ ବେଳେ  ଗୋଡ଼ାଇଥିଲେ ମହୁମାଛି। ତରଙ୍ଗ ସିନେ ପ୍ରଡକ୍ସନର ଆଗକୁ  ସୁନ୍ଦରଗଡ଼ର ସଲମାନ୍‌ ଖାନ୍ ସିନେମା ଆସୁଛି।  ଏବେ ଏହି ଫିଲ୍ମର ସୁଟିଂ ଜୋରସୋରେ ଆଗେଇ ଚାଲିଛି। ଆଜି ପାରଳାଖେମୁଣ୍ଡିର ଏକ ଗୀତ ସୁଟିଂ ହେଉଥିଲା।  ତେବେ ଏହି ସମୟରେ ଡ୍ରୋନ୍ କ୍ୟାମେରା ବ୍ୟବହାର ହୋଇଥିଲା। […]

babu-768x402

babu-768x402

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 10:56 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ଆଜି ସୁପରଷ୍ଟାର ଅନୁଭବ ମହାନ୍ତି ଷ୍ଟଣ୍ଟ ସିନ୍‌ ଦେଇ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟପଟେ ଅଲିଉଡ୍‌ର ଚକୋଲେଟ୍ ବୟ ବାବୁ ସାନ୍‌ଙ୍କ ଗୀତ ସୁଟିଂ ବେଳେ  ଗୋଡ଼ାଇଥିଲେ ମହୁମାଛି। ତରଙ୍ଗ ସିନେ ପ୍ରଡକ୍ସନର ଆଗକୁ  ସୁନ୍ଦରଗଡ଼ର ସଲମାନ୍‌ ଖାନ୍ ସିନେମା ଆସୁଛି।  ଏବେ ଏହି ଫିଲ୍ମର ସୁଟିଂ ଜୋରସୋରେ ଆଗେଇ ଚାଲିଛି। ଆଜି ପାରଳାଖେମୁଣ୍ଡିର ଏକ ଗୀତ ସୁଟିଂ ହେଉଥିଲା।  ତେବେ ଏହି ସମୟରେ ଡ୍ରୋନ୍ କ୍ୟାମେରା ବ୍ୟବହାର ହୋଇଥିଲା।

ଆଉ ଗୀତ ସୁଟିଂ ହେଉଥିବା ଆଖପାଖ ସ୍ଥାନରେ କୌଣସି ଏକ୍ ଗଛରେ ମହୁଫେଣା ଥିଲା।  ଯେତେବେଳେ ଡ୍ରୋନ୍‌ କ୍ୟମେରାର ଶବ୍ଦ ହେଲା ମହୁଫେଣାରୁ ମହୁ ମାଛି ଆସି ଫିଲ୍ମର ଟିମ ମେମ୍ବରକୁ ଗୋଡ଼ାଇଥିଲେ।  ସେହିପରି ଆଜି କଟକର ମହାନଦୀ ବିହାରରେ ଏକ ଛାତ ଉପରେ ଏକ ଫାଇଟ୍‌ ସିନ୍ ସୁଟିଂ ହେଉଥିଲା। ଦୃଶ୍ୟଟି ଷ୍ଟଣ୍ଟ ଥିଲା।  ଅଭିନେତା ଅନୁଭବ ମହାନ୍ତି ଉକ୍ତ ଛାତର ଶିଡ଼ି ଘର ୧୦ ଫୁଟ୍‌ ଉପରୁ ସେହି ଛାତକୁ ଡେଇଁଥିଲେ। ହେଲେ ଡେଇଁବା ବେଳେ କୌଣସି କାରଣରୁ ଅନୁଭବଙ୍କ ଗୋଡ଼ ସାମାନ୍ୟ ମଚକି ଯାଇଥିଲା। ଏଠାରେ ଆମେ କହି ରଖୁଛୁ ଯେ, ଆଗାମୀ ରଜରେ  ତରଙ୍ଗ ସିନେ ପ୍ରଡକ୍‌ନ୍ସର ଅନୁଭବଙ୍କ ପ୍ରେମ କୁମାର ଓ ବାବୁସାନ୍‌ଙ୍କ ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌ ସିନେମା ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos